ହତ୍ୟା ଅଭିଯୁକ୍ତ ମେଡିକାଲ ଫାଣ୍ଡିରୁ ଫେରାର, ଗିରଫ ଦାବିରେ ଥାନା ସମ୍ମୁଖରେ ବିକ୍ଷୋଭ
ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଜଗନ୍ନାଥପୁର ଓ ଡିଆରପି କଲୋନୀରେ ଜଣେ ନବବିବାହିତା ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶ୍ବଶୁରଘର ଲୋକେ ଅଭିଯୁକ୍ତ ଜ୍ବାଇଁ ଲକ୍ଷ୍ମୀ ମହାରଣାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ଫାଣ୍ଡିରେ ଜିମା ଦେଇଥିଲେ। ତେବେ ଅଭିଯୁକ୍ତ ଜ୍ବାଇଁ ଲକ୍ଷ୍ମୀ ମହାରଣା ମେଡ଼ିକାଲ ଫାଣ୍ଡିରୁ ଫେରାର ହୋଇ ଯାଇଥିବା ସୂଚନା ମିଳିଛି। ଜ୍ବାଇଁ ଲକ୍ଷ୍ମୀ ମହାରଣା ଫାଣ୍ଡିର ଫେରାଇ ହୋଇଯାଇଥିବା ମୃତକଙ୍କ ପରିବାର ଲୋକେ ଜାଣିବା ପରେ ମୃତଦେହକୁ ଗୋଳନ୍ଥରା ଥାନା ସମ୍ମୁଖରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗୋଳନ୍ଥରା ପୁଲିସ ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିବା ସହ ଅତିଶିଘ୍ର ଅଭିଯୁକ୍ତ ଲକ୍ଷ୍ମୀ ମହାରଣାଙ୍କୁ ଗିରଫ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ପୁଲିସଠାରୁ ନିର୍ଭର ପ୍ରତିଶ୍ରୁତି ମିଳିବା ପରେ ପରିବାର ଲୋକେ ବିକ୍ଷୋଭରୁ ଓହରିବା ସହ ଜଗନ୍ନାଥପୁର ନେଇ ମୃତଦେହ ସତ୍କାର କରିଥିବା ଜଣାପଡିଛି।
ଅଭିଯୋଗ ଅନୁଯାୟୀ ଗତକାଲି ରାଣୀ ମରିଯାଇଥିବା ନେଇ ଅପରାହ୍ନ ସାଢେ ୪ ଟା ବେଳେ ଲକ୍ଷ୍ମୀଙ୍କ ପକ୍ଷରୁ ମୃତକ ରାଣୀଙ୍କ ପିତା ରାଜେଶ କୁମାର ମହାରଣାଙ୍କୁ ଫୋନ ଯୋଗେ ଖବର ଦେଇଥିଲେ।ଖବର ପାଇ ରାଜେଶ ଓ ତାଙ୍କର କିଛି ସାଙ୍ଗ ଜଗନ୍ନାଥ ପୁର ଓଡ଼ିଆର ପି କଲୋନୀ ରେ ପହଞ୍ଚି ଭଉଣୀ ବଞ୍ଚି ଥିବା ଭାବି ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଲକ୍ଷ୍ମୀ ଙ୍କୁ ସାଥିରେ ନେଇ ବ୍ରହ୍ମପୁର ବଡ ମେଡିକାଲ ଯାଇଥିଲେ । ସେଠାରେ ରାଣୀଙ୍କ ଚିକିତ୍ସା କରାଯାଇ ଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ଏହି ସମୟରେ ସେଠାରେ ଉପସ୍ଥିତ ରହିଥିବା ଲକ୍ଷ୍ମୀ ମାହାରଣା ଙ୍କୁ ନିଜେ ରାଜେଶ ଓ ତାଙ୍କର କିଛି ସାଙ୍ଗ ବ୍ରହ୍ମପୁର ବଡ ମେଡିକାଲ ଫାଣ୍ଡି ରେ ଜିମା ଦେବା ସହ ଲକ୍ଷ୍ମୀ ଜଣେ ହତ୍ୟାକାରୀ ବୋଲି ମଧ ଡ୍ୟୁଟି ରେ ରହିଥିବା ପୁଲିସ ଅଫିସରଙ୍କୁ ଜଣାଇଥିଲେ।
ଏହାକୁ ନେଇ ଡ୍ୟୁଟିରେ ଥିବା ଅଫିସର ଜଣଙ୍କ ଘଟଣା ଗୋଳନ୍ଥରା ଥାନା ଅଧିନରେ ଆସୁଥିବା ଯୋଗୁଁ ସେହି ଥାନାରେ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ।ରାତି ପ୍ରାୟ ୧୦ ଟା ବେଳେ ନିଜେ ରାଜେଶ ଗୋଳନ୍ଥରା ଥାନାରେ ପହଞ୍ଚି ଭଉଣୀ କୁ ହତ୍ୟା କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିବା ସହ ହତ୍ୟା ଅଭିଯୁକ୍ତ ଲକ୍ଷ୍ମୀ ଙ୍କୁ ବଡ ମେଡିକାଲ ଫାଣ୍ଡି ରେ ଜିମା ଦିଆ ଯାଇଥିବା ପ୍ରକାଶ କରିଥିଲେ।
ରାତିରେ ମୃତକ ରାଣୀଙ୍କ ମୃତଦେହକୁ ଶବାଘରରେ ରଖାଯାଇଥିଲା।ଆଜି ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରା ଯାଇଥିଲା।ଶବ ବ୍ୟବଚ୍ଛେଦ ପରେ ରାଣୀଙ୍କ ଭାଇ , ରାଜେଶ ପକ୍ଷରୁ ବଡ ମେଡିକାଲ ଫାଣ୍ଡି କୁ ଯାଇ ଅଭିଯୁକ୍ତ ଲକ୍ଷ୍ମୀ ବିଷୟରେ ପଚାରିବା ବେଳେ ଲକ୍ଷ୍ମୀ ସେଠାରେ ନଥିବା ଏବଂ ତାଙ୍କ ମୋବାଇଲ କିନ୍ତୁ ଫାଣ୍ଡି ପରିସରରେ ଥିବା ଜାଣିଥିଲେ। ଏହାକୁ ନେଇ କିଛି ସମୟ ଫାଣ୍ଡି ସମ୍ମୁଖରେ ହୋହାଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଭିଯୁକ୍ତ ଲକ୍ଷ୍ମୀ ଫାଣ୍ଡି ପରିସରରୁ ଫେରାର ହୋଇଯାଇ ଥିବା ଜଣାପଡିବା ପରେ ତୁରନ୍ତ ଲକ୍ଷ୍ମୀ କୁ ଗିରଫ କରିବା ପ୍ରତିବାଦରେ ମୃତକ ରାଣୀଙ୍କ ମରଶରୀରକୁ ଥାନା ସମ୍ମୁଖରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଣୁ ଜଣେ ହତ୍ୟା ଅଭିଯୁକ୍ତ କୁ ମୃତକଙ୍କ ପରିବାର ପକ୍ଷରୁ ଫାଣ୍ଡିରେ ଜିମା ଦେବା ଏବଂ ଘଟଣା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ ପରେ ମଧ୍ୟ ପୁଲିସ ହେପାଜତରୁ ହତ୍ୟା ଅଭିଯୁକ୍ତ ଫେରାର ହେଲା ତାହା ନେଇ ପୁଲିସ ର କାର୍ଯ୍ୟ ଦକ୍ଷତା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଅନ୍ୟ ପଟେ ଗୋଳନ୍ଥରା ଥାନା ପୁଲିସ ପକ୍ଷରୁ ଅଭିଯୁକ୍ତ ଲକ୍ଷ୍ମୀ ଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି କୁହାଯାଇଛି।
ସୂଚନା ଅନୁଯାୟୀ ଗୋପାଳପୁର ଥାନା ଅନ୍ତର୍ଗତ ଆରୁଆପଲ୍ଲୀ ଗ୍ରାମର ରାଣୀଙ୍କଙ୍କ ସହ ଗତ ଫେବୃଆରୀ ମାସରେ ଲକ୍ଷ୍ମୀଙ୍କ ବିବାହ ହୋଇଥିଲା। ବିବାହ ପରଠାରୁ ଅଧିକ ଯୈାତୁକ ଦାବିରେ ଲକ୍ଷ୍ମୀ, ରାଣୀଙ୍କୁ ନାନା ନିର୍ଯାତନା ଦେବା ସହ ମାଡ଼ ମାରା ଆସୁଥିଲେ ବୋଲି ମୃତକ ରାଣୀଙ୍କ ଭାଇ ରାଜେଶ ଅଭିଯୋଗ କରିଛନ୍ତି। ରାଣୀଙ୍କୁ ଲକ୍ଷ୍ମୀ ମାଡମାରି ମାରା ଦେଇଥିବା ବେଳେ ସେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଲକ୍ଷ୍ମୀ କହୁଥିବା ରାଜେଶ କହିବା ସହ ତୁରନ୍ତ ଲକ୍ଷ୍ମୀ ଗିରଫ କରି କୋର୍ଟ ଚାଲାଣ କରିବାକୁ ଦାବି ଜଣାଇଛନ୍ତି।
Inbox
Comments are closed.