www.samajalive.in
Friday, December 12, 2025
15.1 C
Bhubaneswar

ଏସିଆନ୍‌ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ ପାଇଁ ଭାରତ ଆଶାବାଦୀ

ଆବୁଧାବି : ଆସନ୍ତା ୫ରୁ ଫେବୃଆରୀ ୧ ପର୍ଯ୍ୟନ୍ତ ୟୁନାଇଟେଡ୍‌ ଆରବ ଏମିରେଟ୍‌ସ (ୟୁଏଇ)ରେ ଖେଳାଯିବ ଏସିଆନ୍‌ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ଅଧିନାୟକ ସୁନୀଲ ଛେତ୍ରୀ।
ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ଗ୍ରୁପ୍‌ ଏ’ରେ ରହିଛି। ଏହି ଗ୍ରୁପ୍‌ରେ ଭାରତ ବ୍ୟତୀତ ଥାଇଲାଣ୍ଡ, ବାହାରିନ୍‌ ଓ ୟୁଏଇ ଦଳ ଅଛନ୍ତି। ଭାରତ ପ୍ରଥମ ମ୍ୟାଚ୍ ରବିବାର ଥାଇଲାଣ୍ଡ ବିପକ୍ଷରେ ଖେଳିବାକୁ ଥିବା ବେଳେ ୟୁଏଇ ବିପକ୍ଷରେ ୧୦ ଓ ବାହାରିନ୍‌ ବିପକ୍ଷରେ ୧୪ରେ ଖେଳିବ। ଏସୀୟ ମହାଦେଶ ମାନ୍ୟତାରେ ଭାରତ ୧୫ନଂରେ ରହିଛି। ଦଳ ଏସିଆନ୍‌ କପ୍‌ ପୂର୍ବରୁ ଚୀନ୍‌, ଓମାନ ଓ ଜୋର୍ଡାନ୍‌ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳିଥିଲା। ଚୀନ୍ ଓ ଓମାନ୍‌ ସହ ଦଳ ମ୍ୟାଚ୍‌ ଡ୍ର ରଖିଥିବା ବେଳେ ଜୋର୍ଡାନ ଠାରୁ ୨-୧ ଗୋଲ୍‌ରେ ପରାସ୍ତ ହୋଇଥିଲା। ବିଶ୍ବ ମାନ୍ୟତାରେ ଭାରତ ୯୭ନଂରେ ରହିଥିବା ବେଳେ ଚୀନ୍‌ ୭୬, ଓମାନ୍‌ ୮୨ ଓ ଜୋର୍ଡାନ୍‌ ୧୦୯ନଂରେ ରହିଛି। ଏସିଆନ୍‌ କପ୍‌ରେ ଭାରତୀୟ ଦଳର ପ୍ରଦର୍ଶନ ସଂପର୍କରେ ମତ ଦେଇ ଛେତ୍ରୀ କହିଥିଲେ ଭାରତୀୟ ଦଳ ବେଶ୍‌ ମଜଭୁତ୍‌ ଥିବାରୁ ଏହି ଦଳକୁ ପରାସ୍ତ କରିବା ଅନ୍ୟ ଦଳ ପାଇଁ ସହଜ ହେବ ନାହିଁ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି ଏବଂ ସେହି ଅନୁଯାୟୀ ଦଳ ପ୍ରଦର୍ଶନ କରିବ ବୋଲି ​‌େ​‌ସ ସୂଚନା ଦେଇଥିଲେ। ଗୁରପ୍ରୀତ ସିଂହ ଓ ତାଙ୍କ ଛଡ଼ା ଦଳରେ ଥିବା ଅନ୍ୟ ଖେଳାଳି ପ୍ରଥମଥର ପାଇଁ ଏସିଆନ୍ କପ୍‌ରେ ଖେଳିବାକୁ ଯାଉଥିବାରୁ ସେମାନେ ଭଲ ପ୍ରଦର୍ଶନ କରିବାକୁ ଅନାଇ ବସିଥିବା ଛେତ୍ରୀ କହିଥିଲେ। ସୂଚନାଯୋଗ୍ୟ; ୨୦୧୧ରେ ଦୋହାରେ​‌ ଖେଳା ଯାଇଥିବା ଏସିଆନ୍ କପ୍‌ରେ ଛେତ୍ରୀ ଭାରତୀୟ ଦଳକୁ ପ୍ରତିନିଧିତ୍ବ କରିଥିଲେ। ଗ୍ରୁପ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ ଓ ବାହାରିନ୍‌ଠାରୁ ଭାରତ ପରାସ୍ତ ହୋଇଥିଲା। ଗୋଲରକ୍ଷକ ଗୁରପ୍ରୀତ୍‌ ଭାରତୀୟ ଦଳରେ ସ୍ଥାନ ପାଇଥିଲେ ମଧ୍ୟ କୌଣସି ମ୍ୟାଚ୍‌ ଖେଳିନଥିଲେ। ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ୬୫ଟି ଗୋଲ୍‌ ସ୍କୋର କରିଥିବା ଛେତ୍ରୀ କହିଛନ୍ତି, ଥାଇଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ବିଜୟୀ ହେବା ଉପରେ ଲକ୍ଷ୍ୟ ରଖିଛି। ପରବର୍ତ୍ତୀ ମ୍ୟାଚ୍‌ ସଂପର୍କରେ ରଣନୀତି ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରସ୍ତୁତ କରାଯିବ। ଏସିଆନ୍‌ କପ୍‌ରେ ଖେଳି ଛେତ୍ରୀ ଆଉ ଏକ ରେକର୍ଡର କରିବାକୁ ଯାଉଛନ୍ତି। ଭାରତୀୟ ଦଳର ପୂର୍ବତନ ଅଧିନାୟକ ଭାଇଚୁଙ୍ଗ ଭୁଟିଆ ଦେଶ ପାଇଁ ସର୍ବାଧିକ ୧୦୭ଟି ମ୍ୟାଚ୍‌ ଖେଳିଥିବା ବେଳେ ଛେତ୍ରୀ ଏପର୍ଯ୍ୟନ୍ତ ୧୦୪ଟି ମ୍ୟାଚ୍‌ ଖେଳିଛନ୍ତି। ଏସିଆନ୍‌ କପ୍‌ରେ ସେ ଭୁଟିଆଙ୍କ ରେକର୍ଡ ସହ ସମକକ୍ଷ କିମ୍ବା ଭାଙ୍ଗିବାର ସମ୍ଭାବନା ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories