www.samajalive.in
Friday, December 12, 2025
15.1 C
Bhubaneswar

ରାହାଣେଙ୍କ ଦୁର୍ବଳ ଫର୍ମକୁ ନେଇ ଚିନ୍ତାରେ ଭାରତ

ନୂଆଦିଲ୍ଲୀ : ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ଫର୍ମକୁ ନେଇ ଟିମ୍‌ ଇଣ୍ଡିଆ (ଭାରତୀୟ କ୍ରିକେଟ୍‌ ଦଳ)ର ମ୍ୟାନେଜମେଣ୍ଟ ବେଶ୍‌ ଚିନ୍ତାରେ ପଡ଼ିଥିବା ଜଣାପଡ଼ିଛି। ଗତବର୍ଷ ରାହାଣେ ଅନ୍ତର୍ଜାତୀୟ ସ୍ତରରେ ଆଶାନୁରୂପକ ପ୍ରଦର୍ଶନ କରିବାରେ ବିଫଳ ହେବା ସମସ୍ତଙ୍କୁ ଚକିତ କରିଛି। ଭାରତୀୟ ଦିନିକିଆ ଦଳରେ ନିଜ ସ୍ଥାନ ପକ୍କା କରିବାରେ ସକ୍ଷମ ହୋଇ ପାରିନଥିବା ରାହାଣେ ଟେଷ୍ଟ ଦଳରୁ ମଧ୍ୟ ବାଦ୍‌ ପଡ଼ିବା ନଜିର ରହିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ୨ଟି ଟେଷ୍ଟରେ ରାହାଣେଙ୍କୁ ଭାରତୀୟ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇନଥିଲା। ଭାରତ ଟେଷ୍ଟ ସିରିଜ୍‌ରେ ପରାସ୍ତ ହେବା ପରେ ରାହାଣେଙ୍କୁ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଥିଲା। ରାହାଣେ ଏହି ମ୍ୟାଚ୍‌ର ଦ୍ବିତୀୟ ଇନିଂସରେ ୪୮ ରନ୍‌ କରିଥିଲେ, ଯାହାକି ଭାରତୀୟ ଦଳର ବିଜୟରେ ସହାୟକ ​‌େ‌ହାଇଥିଲା।
ଏହାପରେ ରାହାଣେ ଇଂଲଣ୍ଡ ଗସ୍ତରେ ଯାଇ ଟେଷ୍ଟ ସିରିଜ୍‌ ଖେଳିଥିଲେ। ତେବେ ସେଠାରେ ମଧ୍ୟ ତାଙ୍କ ପ୍ରଦର୍ଶନ ଭଲନଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ରାହାଣେ ଏପର୍ଯ୍ୟନ୍ତ ଠିକ୍‌ଠାକ ପ୍ରଦର୍ଶନ କରିଛନ୍ତି। ୨୦୧୮ରେ ରାହାଣେ ମୋଟ୍‌ ୧୨ଟି ଟେ​‌ଷ୍ଟ ମ୍ୟାଚ୍ ଖେଳି ୬୪୪ ରନ୍ ସଂଗ୍ରହ କରିଥିଲେ। ସେଥିମଧ୍ୟରେ ୫ଟି ଅର୍ଦ୍ଧଶତକ ରହିଛି। ସେ ୩୦.୬୬ ହାରରେ ରନ୍‌ ସଂଗ୍ରହ କରିଥିଲେ, ଯାହାକି ଗତ ୬ବର୍ଷର ତାଙ୍କ ଟେଷ୍ଟ କ୍ୟାରିୟରରେ ସବୁଠାରୁ ଖରାପ। ଭାରତୀୟ ବ୍ୟାଟିଂ ମଧ୍ୟଭାଗ ରାହାଣେଙ୍କ ପ୍ରଦର୍ଶନ ଉପରେ ବିଶେଷ ଭାବେ ନିର୍ଭରଶୀଳ। ନିଜ ଟେଷ୍ଟ କ୍ୟାରିୟରର ପ୍ରାରମ୍ଭିକ ଭାଗରେ ରାହାଣେ ନିଜ ବ୍ୟାଟିଂ ବଳରେ ଭାରତୀୟ ଦଳର ମଧ୍ୟଭାଗକୁ ବେଶ୍‌ ସ୍ଥିରତା ପ୍ରଦାନ କରିଥିଲେ ମଧ୍ୟ ଗତ ୨ବର୍ଷ ହେବ ତାଙ୍କ ପ୍ରଦର୍ଶନ ନିମ୍ନଗାମୀ ହୋଇଛି। ଟେଷ୍ଟ ଦଳରେ ତାଙ୍କ ସ୍ଥାନ ନେବାକୁ ଅନେକ ଯୁବ ଖେଳାଳି ଅନାଇ ବସି ରହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories