ନୂଆଦିଲ୍ଲୀ . – ସତୁରୀ ଦଶକରେ ବଲିଉଡ୍ର ପ୍ରସିଦ୍ଧ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀ ବିଜେପିରେ ଯୋଗ ଦେଇଛନ୍ତି । ମୋସୁମୀ ବିଜେପିରେ ଯୋଗଦେବା ଅବସରରେ ବିଜେପିର ମହାସଚିବ କୈଳାସ ବିଜୟବର୍ଗୀୟଙ୍କ ସହିତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । ବିଜୟବର୍ଗୀୟ ପଶ୍ଚମିବଙ୍ଗ ବିଜେପିର ପ୍ରଭାରୀ ଅଛନ୍ତି ।
ମୌସୁମୀ ଚାଟାର୍ଜୀ ୨୦୦୪ ମସିହାରେ କଂଗ୍ରେସ ଟିକେଟରୁ ଲୋକସଭା କୋଲକାତାର ଉତ୍ତର ପୂର୍ବ ଆସନରୁ ନିର୍ବାଚନ ଲଢିଥିଲେ । ମାତ୍ର ସେ ଏହି ନିର୍ବାଚନ ହାରି ଯାଇଥିଲେ ।



