www.samajalive.in
Saturday, December 6, 2025
26.1 C
Bhubaneswar

ପୁଣି ବିବାଦରେ ପୂଜା ଖେଡ୍‌କର: ଏମବିବିଏସ୍‌ ନାମଲେଖାରେ ମଧ୍ୟ ଜାଲ୍‌ ସାର୍ଟିଫିକେଟ

ମୁମ୍ବଇ : ବିବାଦୀୟ ଟ୍ରେନି ଆଇଏଏସ ଅଫିସର ପୂଜା ଖେଡ୍‌କରଙ୍କ ବିରୋଧରେ ପୁଣି ଏକ ଅଭିଯୋଗ ସାମନାକୁ ଆସିଛି। ଅତୀତରେ ଏମବିବିଏସ୍‌ ପାଠ୍ୟକ୍ରମରେ ନାମଲେଖା ସମୟରେ ମଧ୍ୟ ପୂଜା ଓବିସି (ନନ୍‌ କ୍ରିମି ଲେୟାର) ସାର୍ଟିଫିକେଟ ବ୍ୟବହାର କରିଥିବା ଜଣାପଡିଛି। ଓବିସି ନୋମାଡିକ୍‌ ଟ୍ରାଇବ୍‌-୩ ବର୍ଗର ସାର୍ଟିଫିକେଟ ଦାଖଲ କରି ପୂଜା ପୁଣେସ୍ଥିତ କାଶୀବାଈ ନାଭାଲେ ମେଡିକାଲ କଲେଜରେ ନାମ ଲେଖାଇଥିବା କୁହାଯାଇଛି। କେବଳ ବଞ୍ଜାରା ସଂପ୍ରଦାୟ ଏଭଳି ସାର୍ଟିଫିକେଟ ପାଇବାକୁ ଯୋଗ୍ୟ ହୋଇଥିବାବେଳେ ପୂଜା କିପରି ଏହାକୁ ବ୍ୟବହାର କଲେ, ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୨୦୦୭ ମସିହାରେ ମେଡିକାଲ କଲେଜରେ ନାମ ଲେଖା ସମୟରେ ପୂଜାଙ୍କ ପିତା ଦିଲୀପ ମହାରାଷ୍ଟ୍ର ସରକାରଙ୍କ ଅଧୀନରେ ଜଣେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଏପରିକି ନାମଲେଖା ସମୟରେ ପୂଜାଙ୍କ ପ୍ରବେଶିକା ପରୀକ୍ଷା ନମ୍ବରକୁ ବିବେଚନା କରାଯାଇନଥିଲା ବୋଲି ମେଡିକାଲ କଲେଜ ନିର୍ଦେଶକ ଅରବିନ୍ଦ ଭୋରେ କହିଛନ୍ତି। ଏପରିକି ସେତେବେଳେ ପୂଜା କୌଣସି ଭିନ୍ନକ୍ଷମ ସାର୍ଟିଫିକେଟ ଦାଖଲ କରିନଥିଲେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ପୂଜା ଯେଉଁ ମେଡିକାଲ ସାର୍ଟିଫିକେଟ ଦାଖଲ କରିଥିଲେ, ସେଥିରେ ସେ ଭିନ୍ନକ୍ଷମ ବୋଲି ଆଦୌ ଉଲ୍ଲେଖ କରାଯାଇନଥିଲା।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories