Patra electronics

ବର୍ଷା ଲାଗି ମହାରାଷ୍ଟ୍ର, ଗୋଆ, କେରଳକୁ ରେଡ୍‌ ଆଲର୍ଟ: ବୁଧବାର ଯାଏଁ ସବୁ ସ୍କୁଲ ବନ୍ଦ

ନୂଆଦିଲ୍ଲୀ : ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ସୋମବାର ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ତିନିଟି ରାଜ୍ୟ ଯଥା ମହାରାଷ୍ଟ୍ର, ଗୋଆ ଓ କେରଳ ପାଇଁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଆଗାମୀ ଦୁଇ ତିନି ଦିନ ମଧ୍ୟରେ ଏହି ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୋଆ ସରକାର ଆସନ୍ତା ବୁଧବାର ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରିଛନ୍ତି। କେରଳର ମାଲାପୁରମ, କନ୍ନୁର ଓ କସରାଗଡ ପାଇଁ ରେଡ୍‌ ଆଲର୍ଟ ଜାରି କରାଯାଇଥିବାବେଳେ ଏର୍ଣ୍ଣାକୁଲମ, ପାଲାକ୍କାଡ, ତ୍ରିସୁର, କୋଜିକୋଡ ଓ ୱାୟନାଡ୍‌ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆଗାମୀ ଦୁଇ ଦିନ ମଧ୍ୟରେ ଏହି ତିନି ରାଜ୍ୟରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି। ମହାରାଷ୍ଟ୍ରର ସତାରା, କୋହ୍ଲାପୁର, ସିନ୍ଧୁଦୁର୍ଗ ଓ ରତ୍ନଗିରି ଜିଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଥିବାବେଳେ ମୁମ୍ବଇ, ପାଲଘରକୁ ୟେଲୋ ଆଲର୍ଟ ଏବଂ ଥାଣେ, ରାଏଗଡ ଓ ପୁଣେ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଦିଲ୍ଲୀରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି କୁହାଯାଇଥିଲେ ସୁଦ୍ଧା ଆଇଏମଡି ପକ୍ଷରୁ କୌଣସି ସତର୍କତା ଜାରି କରାଯାଇନାହିଁ।

Comments are closed.