www.samajalive.in
Sunday, December 7, 2025
14.1 C
Bhubaneswar

ବିଶୁଦ୍ଧ ପାନୀୟ ଜଳ ଅପଚୟ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବିଭିନ୍ନ ସ୍ଥାନରେ ବିଶୁଦ୍ଧ ପାନୀୟ ଜଳ ଅପଚୟ ହେଉଥିବା ଦେଖିବାକୁ ମିଳିଛି । ସଦର ମହକୁମାରର ନଦୀ ଆର ପାର୍ଶ୍ୱରେ ଥିବା ପମ୍ପ ହାଉସ ଠାରୁ ନଦୀ ଆର ପାର୍ଶ୍ୱକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରି ଆସୁଛି। ଉକ୍ତ ପାଇପ ଲାଇନ ଗୁଡିକ ବହୁ ପୁରୁଣା ହୋଇ ଯାଇଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ପାଇପ ଗୁଡିକ କଣା ହେବା ସହ ଫାଟି ଯାଇଛି। ସେଥିରେ ସାଇକଲ ଟିୟୁ ଗୁଡାଇ ରଖିଥିବା ବେଳେ କେତେକ ସ୍ଥାନରେ ସିମେଣ୍ଟ ଜରି ପକାଇ ରଖି ଥିବା ଦେଖିବାକୁ ମିଳିଛି। ପୁରୁଣା ବସ ଷ୍ଟାଣ୍ଡ ଠାରୁ ଦାଣ୍ଡିଆ ସାହି ଦେଇ ଯାଇଥିବା ପାଇପ ଲାଇନଟି ଦାଣ୍ଡିଆ ସାହି ନିକଟରେ ପାଇପ ଫାଟି ବିଶୁଦ୍ଧ ପାନୀୟ ଜଳ ଅପଚୟ ହେଉଛି। ଉକ୍ତ ସ୍ଥାନରେ ପାଣି ଜମା ହୋଇ ରହିଥିବା ଦେଖିବାକୁ ମିଳିଛି। ଉକ୍ତ ପାଇପ ପାଣି ରାସ୍ତାରେ ଯାଉଥିବା ଯୋଗୁଁ ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ ଖସି କଚାଡି ପଡୁଥିବା ଦେଖିବାକୁ ମିଳିଛି। ବାଇକ ଗୁଡିକ ଖସି ପଡୁଥିବା ଅଭିଯୋଗ ହୋଉଇଛି। ବର୍ତ୍ତମାନ ବର୍ଷା ଦିନ ସ୍ଥାନେ ସ୍ଥାନେ ପାଣି ଜମା ହୋଇ ରହିଲେ ମଶାଙ୍କ ବୃଦ୍ଧି ହେଉଛି। ବର୍ତ୍ତମାନ ଅଞ୍ଚଳରେ ମେଲେରିଆ, ଟାଇଫଏଡ, ଡେଙ୍ଗୁ ହେବାର ଆଶଙ୍କା ରହିଛି। ତେଣୁ ଏହାକୁ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ମରାମତି କରିବା ପାଇଁ ସାଧାରଣରେ ଦାବି ହେଉଛି ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories