www.samajalive.in
Sunday, December 7, 2025
16.1 C
Bhubaneswar

ରାମମନ୍ଦିର ନିର୍ମାଣ ପ୍ରତିଶ୍ରୁତି ପୂରଣ କରୁ ବିଜେପି: ଆରଏସ୍‍ଏସ୍‍

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ବର୍ଷ ସାକ୍ଷାତକାର ପରେ ଆରଏସ୍‍ଏସ୍‍ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ୨୦୧୪ ନିର୍ବାଚନ ପୂର୍ବରୁ ବିଜେପି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରୁ ବୋଲି ଆରଏସଏସ୍‍ ପକ୍ଷରୁ କୁହାଯାଇଛି।
ଦୀର୍ଘ ସାକ୍ଷାତକାର ଅବସରରେ ମୋଦୀ କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ହିଁ ରାମ ମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଜାରି ପ୍ରସଙ୍ଗରେ ବିଚାର କରାଯିବ। ଏହାର ପ୍ରତିକ୍ରିୟାରେ ଆରଏସ୍‍ଏସ୍‍ର ଯୁଗ୍ମ ମହାସଚିବ ଦତ୍ତାତ୍ରେୟ ହୋଜେବଲ୍‍ କହିଛନ୍ତି ଯେ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ମୋଦୀ ଯାହା କହିଛନ୍ତି ତାହା ସକାରାତ୍ମକ ବୋଲି ସଂଘ ଭାବୁଛି। ମନ୍ଦିର ନିର୍ମାଣ ପାଇଁ ୧୯୮୯ରେ ବିଜେପି ପକ୍ଷରୁ ପାଲାମପୁରରେ ସଂକଳ୍ପ ପାରିତ ହୋଇଥିଲା। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ମନ୍ଦିର ନିର୍ମାଣ ପାଇଁ ବିଜେପି ପ୍ରତିଶ୍ରୁତି ଦେଇଥିଲା। ତେଣୁ ବିଜେପି ପ୍ରତିଶ୍ରୁତି ପୂରଣ କରୁ ବୋଲି ଜନସାଧାରଣ ଚାହୁଁଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories