www.samajalive.in
Saturday, December 6, 2025
23.1 C
Bhubaneswar

ସୁରକ୍ଷା ବଳୟରେ ଅଯୋଧ୍ୟା: ୭ ସୁରକ୍ଷା ଏଜେନ୍ସି ଛାଉଣି, ତଲାସୀରେ ୧୫ ଟିମ୍

ଅଯୋଧ୍ୟା: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ଉତ୍ସବମୁଖର। ଏହି ଦିନର ମହତ୍ବ ପ୍ରତ୍ୟେକ ଭାରତୀୟ ପାଇଁ ଖାସ୍‌। ଅପରପକ୍ଷେ ଏହି ଦିନକୁ ନେଇ ସୁରକ୍ଷା ଏଜେନ୍ସିମାନେ ଖୁବ୍‌ ସତର୍କ ରହିଛନ୍ତି। ରାଜ୍ୟ ଏଜେନ୍ସି ବ୍ୟତୀତ କେନ୍ଦ୍ରୀୟ ଏଜେନ୍ସିମାନେ ମଧ୍ୟ ଜିଲାରେ କ୍ୟାମ୍ପ କରିଛନ୍ତି। ୧୫ଟି ଟିମ୍ ବିଭିନ୍ନ ଅଞ୍ଚଳରେ ଛାନ୍‌ବିନ୍‌ କରୁଛନ୍ତି। ସେହିପରି ଶ୍ରୀରାମ ମନ୍ଦିରର ସୁରକ୍ଷା ଦାୟିତ୍ୱ କମାଣ୍ଡୋଙ୍କୁ ପ୍ରଦାନ କରାଯାଇଛି। ରାମନଗରୀରେ ପ୍ରାୟ ୩୦,୦୦୦ ଯବାନ ନିୟୋଜିତ କରାଯିବ।

ପ୍ରାଣ ପ୍ରତିଷ୍ଠାକୁ ନେଇ ଆଇବି, ଏଲଆଇୟୁ, ଏଟିଏସ୍, ଏସଟିଏଫ୍, ମିଲିଟାରୀ ଇଣ୍ଟେଲିଜେନ୍ସ ସମେତ ୭ ସୁରକ୍ଷା ଏଜେନ୍ସି ପ୍ରଧାନମନ୍ତ୍ରୀଙ୍କ ଆଗମନ ପୂର୍ବରୁ ହିଁ ଜିଲାରେ ଶିବିର ପକାଇଛନ୍ତି। ଗୁପ୍ତ ଖବର ସଂଗ୍ରହ କରୁଥିବା ଦଳରେ ଜଣେ ଡେପୁଟି ଏସପି, ଜଣେ ଇନ୍ସପେକ୍ଟର ଏବଂ ଛଅ-ଛଅ କନଷ୍ଟେବଳ ଅଛନ୍ତି। ସେମାନଙ୍କୁ ମୋବାଇଲ୍ ଟ୍ରାକିଂ ସିଷ୍ଟମ୍ ସହିତ ସମସ୍ତ ଆଧୁନିକ ଯନ୍ତ୍ରପାତି ପ୍ରଦାନ କରାଯାଇଛି। ଅଯୋଧ୍ୟାରେ ସମସ୍ତ ସମ୍ଭାବ୍ୟ କାର୍ଯ୍ୟକଳାପ ଉପରେ ସେ ନଜର ରଖିଛନ୍ତି। ଆତ୍ମଘାତୀ ଆକ୍ରମଣକୁ ରୋକିବା ପାଇଁ ମନ୍ଦିର ଚାରିପାଖରେ କ୍ରାସ୍ ରେଟେଡ୍ ବୋଲାର୍ଡ ଲଗାଯାଉଛି। ସିସିଟିଭି କ୍ୟାମେରା ମାଧ୍ୟମରେ ଆଖପାଖ ଅଞ୍ଚଳ ଉପରେ ନଜର ରଖାଯିବ।

- Advertisement -

ଏସ୍‌ପି ସିଟି ମଧୁବାନ ସିଂହ କହିଛନ୍ତି ଯେ, ରାମନଗରୀକୁ ବିଭିନ୍ନ ସେକ୍ଟରରେ ବିଭକ୍ତ କରାଯାଇଛି। ଏଥିପାଇଁ ପ୍ରାୟ ୧୦୦ ଡେପୁଟି ଏସପି, ୩୦୦ ଇନ୍ସପେକ୍ଟର, ୮୦୦ ସବ୍ ଇନ୍ସପେକ୍ଟର ଏବଂ ୪୫୦୦ କନଷ୍ଟେବଳ ମାଗିଛୁ। ୨୦ କମ୍ପାନୀ ପିଏସି ମଧ୍ୟ ନିୟୋଜିତ ରହିବେ।

୨୧ ଓ ୨୨ ଜାନୁଆରୀରେ ଭାରୀ ଯାନଗୁଡିକ ମନ୍ଦିର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଦେଇ ଯିବନାହିଁ। ଛୋଟ ଯାନ ପାଇଁ ଅଲଗା ବ୍ୟବସ୍ଥା ହେବ। ଆମନ୍ତ୍ରିତ ଅତିଥିମାନଙ୍କ ପାଇଁ ଉତ୍ତମ ବ୍ୟବସ୍ଥା ରହିବ। ପାର୍କିଂ ସ୍ଥାନରେ କ୍ୟାମେରା ଲଗାଯାଉଛି। ରାମ ମନ୍ଦିରର ସୁରକ୍ଷା ସମ୍ବନ୍ଧୀୟ ନୂତନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ବିନା ଅନୁମତିରେ ଏହି ଅଞ୍ଚଳରେ ଡ୍ରୋନ୍ ଉଡ଼ାଯାଇପାରିବ ନାହିଁ। ଭକ୍ତମାନଙ୍କ ସହିତ ଉତ୍ତମ ଆଚରଣ ପାଇ ପୁଲିସ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories