ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ବର୍ଷ ସାକ୍ଷାତକାର ପରେ ଆରଏସ୍ଏସ୍ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ୨୦୧୪ ନିର୍ବାଚନ ପୂର୍ବରୁ ବିଜେପି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରୁ ବୋଲି ଆରଏସଏସ୍ ପକ୍ଷରୁ କୁହାଯାଇଛି।
ଦୀର୍ଘ ସାକ୍ଷାତକାର ଅବସରରେ ମୋଦୀ କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ହିଁ ରାମ ମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଜାରି ପ୍ରସଙ୍ଗରେ ବିଚାର କରାଯିବ। ଏହାର ପ୍ରତିକ୍ରିୟାରେ ଆରଏସ୍ଏସ୍ର ଯୁଗ୍ମ ମହାସଚିବ ଦତ୍ତାତ୍ରେୟ ହୋଜେବଲ୍ କହିଛନ୍ତି ଯେ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ମୋଦୀ ଯାହା କହିଛନ୍ତି ତାହା ସକାରାତ୍ମକ ବୋଲି ସଂଘ ଭାବୁଛି। ମନ୍ଦିର ନିର୍ମାଣ ପାଇଁ ୧୯୮୯ରେ ବିଜେପି ପକ୍ଷରୁ ପାଲାମପୁରରେ ସଂକଳ୍ପ ପାରିତ ହୋଇଥିଲା। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ମନ୍ଦିର ନିର୍ମାଣ ପାଇଁ ବିଜେପି ପ୍ରତିଶ୍ରୁତି ଦେଇଥିଲା। ତେଣୁ ବିଜେପି ପ୍ରତିଶ୍ରୁତି ପୂରଣ କରୁ ବୋଲି ଜନସାଧାରଣ ଚାହୁଁଛନ୍ତି।
ରାମମନ୍ଦିର ନିର୍ମାଣ ପ୍ରତିଶ୍ରୁତି ପୂରଣ କରୁ ବିଜେପି: ଆରଏସ୍ଏସ୍
Popular Categories



