www.samajalive.in
Saturday, December 6, 2025
26.1 C
Bhubaneswar

ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ ; ବିସିସିଆଇ ପକ୍ଷରୁ ୧୩ ଜଣିଆ ଦଳ ଘୋଷିତ

ମୁମ୍ବଇ : ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଗୁରୁବାରଠାରୁ ସିଡ୍‌ନୀରେ ଚଳିତ ବର୍ଡର-ଗାଭାସ୍କର ଟ୍ରଫି ସିରିଜ୍‌ର ୪ର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏଥିପାଇଁ ବିସିସିଆଇ ପକ୍ଷରୁ ୧୩ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଦଳରେ ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଋଷଭ ପନ୍ଥ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଆର. ଅଶ୍ୱିନ, ମହମ୍ମଦ ସାମି, ଯଶପ୍ରୀତ ବୁମରାହ ଏବଂ ଉମେଶ ଯାଦବଙ୍କୁ ସାମିଲ କରାଯାଇଛି । ତେବେ କାଲି ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଅଶ୍ୱିନ ମ୍ୟାଚ ଖେଳିବେ ନା ନାହିଁ ସେ ସଂପର୍କର ନିଷ୍ପତ୍ତି ନିଆଯିବ।

ଭାରତ ୩ୟ ଟେଷ୍ଟକୁ ୧୩୭ ରନ୍‌ରେ ଜିତିବା ପରେ ସିରିଜ୍‌ରେ ୨-୧ରେ ଆଗୁଆ ରହିଛି। ଫଳରେ ଭାରତ ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିଛି। ଭାରତ ୪ର୍ଥ ଟେଷ୍ଟ ମ୍ୟାଚ୍ ବିଜୟୀ ହୋଇ କ୍ରିକେଟ ଇତିହାସରେ ତଥା ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ୍ ଜିତିବ। ଆଡିଲେଡ୍‌ରେ  ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ମଧ୍ୟ ଭାରତ ୩୧ ରନ୍‌ରେ ଜିତିଥିଲା। ପର୍ଥରେ ଖେଳାଯାଇଥିବା ୨ୟ ଟେଷ୍ଟରେ ଅଷ୍ଟ୍ରେଲିଆ ୧୪୬ରନରେ ବିଜୟୀ ହୋଇଥିଲା।

- Advertisement -

ତେଣୁ ସିଡନୀରେ ଟେଷ୍ଟ ମ୍ୟାଚ ଜିତି ଭାରତ ରେକର୍ଡ ସୃଷ୍ଟି କରିବାର ଆଶାରେ ଥିବାବେଳେ, ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରି ୨-୨ରେ ସିରିଜ ବରାବର ସ୍ଥିତିରେ ରଖିବାକୁ ଚେଷ୍ଟା କରିବ।

 

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories