www.samajalive.in
Saturday, December 6, 2025
19.1 C
Bhubaneswar

ପାରିକରଙ୍କ ଅଡିଓ ଟେପ୍‍କୁ ନେଇ ଅଡ଼ୁଆରେ କଂଗ୍ରେସ

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ ପ୍ରସଙ୍ଗକୁ ନେଇ ବୁଧବାର ସଂସଦରେ ବ୍ୟାପକ ହଙ୍ଗାମା ହେବା ପରେ ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ନାମରେ ସୋସିଆଲ ମିଡିଆରେ ଚାଲିଥିବା ଏକ ଅଡିଓ ଟେପ୍‍କୁ ପ୍ରମୁଖ ଅସ୍ତ୍ର କରି କଂଗ୍ରେସ ସଂସଦ ମଧ୍ୟରେ ତୁମୁଳ ହୋ-ହଲ୍ଲା କରିଥିଲା। ଏପରିକି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସଂସଦ ମଧ୍ୟରେ ବାଚସ୍ପତିଙ୍କୁ ଉକ୍ତ ଅଡିଓ ଟେପ ଚଲାଇବାକୁ ଅନୁମତି ମାଗିଥିଲେ। ତେବେ ବିତ୍ତ ମନ୍ତ୍ରୀ ରହୁଲ ଜେଟଲୀଙ୍କ ସମେତ ଅନ୍ୟାନ୍ୟ ବିଜେପି ନେତା ରାହୁଲଙ୍କ ଏଭଳି କାର୍ଯ୍ୟକୁ ବିରୋଧ କରିବାରୁ ପରିସ୍ଥିତି ଉଗ୍ର ରୂପ ଧାରଣ କରିଥିଲା।
ରାହୁଲଙ୍କ ଏଭଳି ମାଷ୍ଟର ଷ୍ଟ୍ରୋକକୁ ବାଚସ୍ପତି ସୁମିତ୍ରା ମହାଜନ ଅକାମୀ କରି ଦେଇଥିଲେ। ଶ୍ରୀମତୀ ମହାଜନ କହିଥିଲେ ଯେ ଏହି ଅଡିଓ ଟେପର ସତ୍ୟାସତ୍ୟ ପ୍ରମାଣିତ ହୋଇ ନାହିଁଁ। ରାହୁଲ ଗାନ୍ଧି ଯଦି ଜଣେ ସାଂସଦ ଭାବେ ଉକ୍ତ ଅଡିଓ ଟେପ ସତ୍ୟ ବୋଲି ଭାବୁଥାନ୍ତି ତେବେ ଏହାକୁ ସଂସଦ ମଧ୍ୟରେ ଚଲାଇ ପାରନ୍ତି। ତେବେ ପରବର୍ତ୍ତୀ ସମୟରେ ଯଦି ଏହି ଅଡିଓ ଜାଲ ବୋଲି ପ୍ରମାଣିତ ହୁଏ ତେବେ ଏଥିପାଇଁ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମତୀ ମହାଜନ ସ୍ପଷ୍ଟ କରିଥିଲେ। ବାଚସ୍ପତିଙ୍କ ଏଭଳି ମନ୍ତବ୍ୟ ରାହୁଲଙ୍କ ଆତ୍ମବିଶ୍ୱାସରେ ପାଣି ପକାଇ ଦେଇଥିଲା। ଯେଉଁ ଅଡିଓ ଟେପକୁ କଂଗ୍ରେସ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରୁଥିଲା ତାହା ସମ୍ପୂର୍ଣ୍ଣ ଭଣ୍ଡୁର ହୋଇ ଯାଇଥିଲା।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories