www.samajalive.in
Friday, December 5, 2025
26.1 C
Bhubaneswar

ରାମ ମନ୍ଦିର ଉପରେ ପଡ଼ିବ ନାହିଁ ଭୂକମ୍ପ, ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ; ଜାଣନ୍ତୁ ନିର୍ମାଣରେ କ’ଣ ବ୍ୟବହାର ହେବ

ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମି ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି ଓ ଇଞ୍ଜିନିୟରମାନେ ବର୍ତ୍ତମାନ ଏହି ସ୍ଥାନରେ ମାଟି ପରୀକ୍ଷା କରୁଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ଗୁରୁବାର ଟ୍ୱିଟ୍‍ ଯୋଗେ ଏହି ସୂଚନା ଦିଆଯାଇଛି। ମନ୍ଦିର ନିର୍ମାଣ କାର୍ଯ୍ୟରେ ଦେଶର ପ୍ରାଚୀନ ଓ ପାରମ୍ପରିକ ନିର୍ମାଣ କୌଶଳକୁ ଅନୁସରଣ କରାଯିବ। ମନ୍ଦିରକୁ ଏପରି ଭାବେ ନିର୍ମାଣ କରାଯିବ ଯେପରି ଭୂମିକମ୍ପ, ବାତ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଏହା ପ୍ରଭାବିତ ହେବନାହିଁ। ଟ୍ୱିଟ୍‍ କରି ଟ୍ରଷ୍ଟ କହିଛି ଯେ, ମନ୍ଦିର ନିର୍ମାଣରେ ବିଶେଷ କରି ଲୁହାର ବ୍ୟବହାର କରାଯିବ ନାହିଁ। ତାଙ୍କ କହିବାନୁସାରେ, ମନ୍ଦିର ନିର୍ମାଣରେ ତମ୍ବା ପ୍ଲେଟର ବ୍ୟବହାର କରାଯାଇ ପଥରଗୁଡ଼ିକୁ ବ୍ଲକ୍‍ କରାଯିବ। ପ୍ଲେଟଗୁଡ଼ିକ ୧୮ ଇଞ୍ଚ ଲମ୍ବା, ୩୦ ମିମି ଚଉଡ଼ା ଓ ୩ ମିମି ଗଭୀର ହେବ। ସମୁଦାୟ ସଂରଚନାରେ ଏହିପରି ୧୦,୦୦୦ ପ୍ଲେଟ୍‍ ଆବଶ୍ୟକ ହୋଇପାରେ। ଟ୍ରଷ୍ଟକୁ ଏହିପରି ତମ୍ବା ପ୍ଲେ୍ଲଟ୍‍ ଦାନ କରିବାକୁ ଆମେ ଶ୍ରୀରାମ ଭକ୍ତମାନଙ୍କୁ ନିବେଦନ କରୁଛୁ।

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ, ସିଆରବିଆଇ ରୁର୍‍କୀ ଓ ଆଇଆଇଟି ମାଡ୍ରାସର ସମ୍ପୂର୍ଣ୍ଣ ସହଯୋଗ ନିଆଯାଉଛି ବୋଲି ଆଜିର ଅନୌପଚାରିକ ବୈଠକରେ କୁହାଯାଇଛି। ୧୦ରୁ ୧୨ଟି ସ୍ଥାନରେ ୬୦ ମିଟର ଗଭୀର ପର୍ଯ୍ୟନ୍ତ ମାଟି ପରୀକ୍ଷା କରାଯାଇଛି। ଏହି ଆଧାରରେ ପୁଣି ଭୂକମ୍ପ ଅନୁଧ୍ୟାନ କରାଯାଇଛି। ସେ କହିଛନ୍ତି ଯେ ଆଜି ଏହା ପ୍ରକାଶ ପାଇଛି ଯେ ଭିତ୍ତିପ୍ରସ୍ତର ୩୦ରୁ ୩୫ ମିଟର ଗଭୀରତାରେ ଏବଂ ୧ ମିଟର ବ୍ୟାସାର୍ଦ୍ଧ ଆକାରରେ ଆଣିବାକୁ ପଡିବ। ତିନି ଏକରରେ ଅତି କମରେ ୧୨୦୦ ଏପରି ପଏଣ୍ଟ (ସ୍ତମ୍ଭ) ରହିବ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories