www.samajalive.in
Saturday, December 6, 2025
15.1 C
Bhubaneswar

ଯୁବତୀଙ୍କୁ ପ୍ରତାରଣା କରି ଯୁବକ ଗିରଫ

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଖୁଣ୍ଟାପଡା ଗ୍ରାମର ଜନୈକ ଯୁବକ ନିକଟସ୍ଥ ଗ୍ରାମର ଜଣେ ଯୁବତୀଙ୍କୁ ବିବାହର ମିଥ୍ୟା ପ୍ରତିଶୃତି ଦେଇ ଦୁଇ ବର୍ଷ ହେଲା ଭଲ ପାଇ ଆସୁଥିଲେ । ଏହା ଭିତରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ଏବେ ଯୁବତୀ ଜଣକ ବିବାହ କରିବା ପାଇଁ ଅଡିବସିବାରୁ ଯୁବକ ଜଣକ ଏଥିରେ ଅରାଜି ହୋଇଥିଲେ। ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ଘଟଗାଁ ଥାନାରେ ଏକ ଲିଖିତ ଅଭିଯୋଗ ପରେ ଘଟଗାଁ ଏସଡିପିଓ ରବୀନ୍ଦ୍ର ମଲ୍ଲିକ ଘଟଣାର ତଦନ୍ତ କରି ଅଭିଯୁକ୍ତ ଯୁବକକୁ ଗିରଫ କରିଛନ୍ତି। ତେବେ ଯୁବକ ଜଣକୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଏସଡିପିଓ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories