www.samajalive.in
Sunday, December 7, 2025
16.1 C
Bhubaneswar

ରାଫେଲ୍‍ ଚୁକ୍ତି ଫାଇଲ୍‍ ପାରିକରଙ୍କ ବେଡରୁମରେ: କଂଗ୍ରେସ

ନୂଆଦିଲ୍ଲୀ: ରାଫେଲ୍‍ ଫାଇଟର ଜେଟ୍‍ କ୍ରୟ ଚୁକ୍ତିକୁ ନେଇ ସୃଷ୍ଟ ବିବାଦରେ ନୂଆ ମୋଡ଼ ଦେଖାଦେଇଛି। ଚୁକ୍ତି ସମ୍ପର୍କିତ ସମସ୍ତ ଫାଇଲ୍‍ ଗୋଆ ମୁଖ୍ୟମନ୍ତ୍ରୀ ତଥା ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ବେଡ୍‍ରୁମ୍‍ରେ ଅଛି ବୋଲି କଂଗ୍ରେସ ଗୁରୁତର ଅଭିଯୋଗ ଆଣିଛି। ଏହି ଅଭିଯୋଗକୁ ପ୍ରମାଣ କରିବା ପାଇଁ କଂଗ୍ରେସ ତରଫରୁ ଏକ ଅଡିଓ ଟେପ୍‍ ଜାରି କରାଯାଇଛି। ଏଥିସହିତ ଫାଇଲ୍‍କୁ ସର୍ବଦଳୀୟ ବୈଠକରେ ସାର୍ବଜନୀନ କରିବାକୁ କଂଗ୍ରେସ ଦାବି କରିଛି।
କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ଉକ୍ତ ଅଡିଓ ଟେପ୍‍ରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଟେଲିଫୋନରେ ବାର୍ତ୍ତାଳାପ ଶୁଣାଯାଉଛି। ସେଥିମଧ୍ୟରୁ ଜଣେ ବ୍ୟକ୍ତିଙ୍କ ସ୍ୱର ଗୋଆ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଶ୍ୱଜିତ ରାଣେଙ୍କ ସ୍ୱର ସହିତ ମେଳ ଖାଉଛି ବୋଲି କୁହାଯାଉଛି। ତେବେ ସେହି ସ୍ୱର ରାଣେଙ୍କର କି ନୁହେଁ ତାହାର କୌଣସି ବିଧିବଦ୍ଧ ପ୍ରମାଣ ଏ ପର୍ଯ୍ୟନ୍ତ ମିଳିପାରିନାହିଁ।
ଉକ୍ତ ଟେପ୍‍ରେ ଜଣେ ବ୍ୟକ୍ତି ଅନ୍ୟଜଣଙ୍କୁ କ୍ୟାବିନେଟ୍‍ ବୈଠକରେ ହୋଇଥିବା ଆଲୋଚନା ସମ୍ପର୍କରେ ସୂଚନା ଦେଇ କହୁଛନ୍ତି ଯେ –
“ପାରିକର କହୁଥିଲେ ମୋତେ କେହି ହଟାଇ ପାରିବେ ନାହିଁ। କାରଣ ରାଫେଲ୍‍ ଚୁକ୍ତି ସମ୍ପର୍କିତ ସମସ୍ତ ଫାଇଲ୍‍ ମୋ ବେଡ୍‍ରୁମ୍‍ରେ ଅଛି।”
ଏହାର ଉତ୍ତରରେ ଅଜ୍ଞାତ ବ୍ୟକ୍ତି ଜଣକ କହୁଛନ୍ତି –
“ଆପଣ କଣ କହୁଛନ୍ତି?”
ଏହାର ଉତ୍ତରରେ ରାଣେ ପୁଣି କହୁଛନ୍ତି –
“କ୍ୟାବିନେଟ୍‍ ବୈଠକରେ ଉପସ୍ଥିତ ଆପଣଙ୍କ ବିଶ୍ୱସ୍ତଙ୍କୁ ଏ ସମ୍ପର୍କରେ ପଚାରି ସ୍ପଷ୍ଟ କରିପାରିବେ। ସେ(ପାରିକର) କହୁଥିଲେ ସବୁ ସୂଚନା ତାଙ୍କ ବେଡ୍‍ରୁମ୍‍ରେ ଅଛି। ଏହାଦ୍ୱାରା ବୋଧହୁଏ ସେ(ପାରିକର) ମୂଲଚାଲ କରୁଥାଇପାରନ୍ତି। ଏହି ସୂଚନାକୁ ଗୁପ୍ତ ରଖ।”
ସୂଚନାଯୋଗ୍ୟ, ମନୋହର ପାରିକର ଗୁରୁତର ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ବିରୋଧୀ ଦଳ ଦାବି କରି ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପଠାଇଛନ୍ତି। ତେଣୁ ସେହି ପ୍ରସଙ୍ଗରେ ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକରେ ପାରିକର ତାଙ୍କ ମନ୍ତ୍ରିମଣ୍ଡଳର କେତେଜଣ ବିଶ୍ୱସ୍ତଙ୍କୁ ରାଫେଲ୍‍ ଚୁକ୍ତି ସମ୍ପର୍କିତ ସୂଚନା ଦେଇଥାଇପାରନ୍ତି ବୋଲି କୁହାଯାଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories