www.samajalive.in
Saturday, December 6, 2025
16.1 C
Bhubaneswar

ହଟିଲା ନାମ ଫଳକ, ଦିଲ୍ଲୀ ବଙ୍ଗଳା ଖାଲି କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଦିଲ୍ଲୀସ୍ଥିତ ସରକାରୀ ବଙ୍ଗଳା ଖାଲି କରି ଦେଇଛନ୍ତି। ତାଙ୍କୁ ଦିଲ୍ଲୀର ୨୮ ତୁଗଲକ୍‌ କ୍ରିସେଣ୍ଟ ବଙ୍ଗଳା ମିଳିଥିଲା। ଗତ ୧୦ ବର୍ଷ ଧରି ସେ ଏହି ବଙ୍ଗଳାରେ ରହୁଥିଲେ। ତେବେ ଲୋକସଭା ନିର୍ବାଚନରେ ​​ପରାଜୟ ପରେ ତାଙ୍କୁ ବର୍ତ୍ତମାନ ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ ପଡ଼ିଛି। ୨୮ ତୁଗଲକ୍‌ କ୍ରିସେଣ୍ଟ ବଙ୍ଗଳାରୁ ସ୍ମୃତି ଇରାନୀଙ୍କ ନାମ ଫଳକ ହଟାଇ ଦିଆଯାଇଛି। କେବଳ ସ୍ମୃତି ଇରାନୀଙ୍କୁ ଲୁଟିୟନ୍ସ ଜୋନ୍‌ର ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିନାହିଁ, ବରଂ ନିର୍ବାଚନ ହାରିଥିବା ସମସ୍ତ ସାଂସଦଙ୍କୁ ଜୁଲାଇ ୧୧ ସୁଦ୍ଧା ସେମାନଙ୍କ ବାସଭବନ ଖାଲି କରିବାର ଥିଲା। ତେଣୁ ସେ ସରକାରୀ ବଙ୍ଗଳା ଖାଲି କରି ଦେଇଛନ୍ତି।

ଗତ ଜୁନ୍‌ ୫ରେ​‌ ରାଷ୍ଟ୍ରପତି ପୁରୁଣା ଲୋକସଭାକୁ ଭଙ୍ଗ କରିଥିଲେ। ଏହାପରେ ନୂତନ ଲୋକସଭା ଗଠନ କରାଯାଇଥିଲା। ନିୟମ ଅନୁଯାୟୀ, ନିର୍ବାଚନରେ ​​ହାରିଥିବା ସାଂସଦମାନଙ୍କୁ ସରକାରୀ ବଙ୍ଗଳା ଖାଲି କରିବା ସହ ମନ୍ତ୍ରୀ ପଦରୁ ମଧ୍ୟ ଇସ୍ତଫା ଦେବାକୁ ପଡ଼ିଥାଏ। ଏହାପରେ ନିର୍ବାଚନ ​​ଜିତିଥିବା ସାଂସଦମାନଙ୍କୁ ସେହି ବଙ୍ଗଳା ବଣ୍ଟନ କରାଯାଏ। ୨୦୨୪ ଲୋକସଭା ନିର୍ବାଚନରେ ​​ମୋଦୀ ମନ୍ତ୍ରୀମଣ୍ଡଳର ୧୭ ଜଣ କେନ୍ଦ୍ର ମନ୍ତ୍ରୀଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି।

- Advertisement -

ଏପର୍ଯ୍ୟନ୍ତ ବଙ୍ଗଳା ଖାଲି କରି ସାରିଥିବା ସାଂସଦମାନଙ୍କ ମଧ୍ୟରେ ଆରକେ ସିଂହ, ଅର୍ଜୁନ ମୁଣ୍ଡା, ମହେନ୍ଦ୍ରନାଥ ପାଣ୍ଡେ, ସ୍ମୃତି ଇରାନୀ, ସଞ୍ଜୀବ ବାଲିୟାନଙ୍କ ନାଁ ସାମିଲ ଅଛି। ଏମାନଙ୍କ ବ୍ୟତୀତ ରାଜୀବ ଚନ୍ଦ୍ରଶେଖର, କୈଳାଶ ଚୌଧୁରୀ, ଅଜୟ ମିଶ୍ରା ଟେନୀ, ଭି. ମୁରଲୀଧରନ୍‌, ନିଶିଥ ପ୍ରାମାଣିକ, ସୁଭାଷ ସରକାର, ସାଧ୍ବୀ ନିରଞ୍ଜନ ଜ୍ୟୋତି, ରାଓସାହେବ ଦାନଭେ, କୌଶଲ କିଶୋର, ଭାନୁପ୍ରତାପ ବର୍ମା, କପିଲ ପାଟିଲ, ଭଗଓ୍ବନ୍ତ ଖୁବା, ଭାରତୀ ପଓ୍ବାରଙ୍କୁ ବଙ୍ଗଳା ଖାଲି କରିବାକୁ ନୋଟିସ୍‌ ମିଳିଥିଲା।

୨୦୨୪ ନିର୍ବାଚନରେ ମୋଦୀ ସରକାର ୨.୦ରେ ମନ୍ତ୍ରୀ ଥିବା ସ୍ମୃତି ଇରାନୀଙ୍କୁ ଅମେଠୀ ଆସନରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ତାଙ୍କୁ କଂଗ୍ରେସ ପ୍ରାର୍ଥୀ କେ.ଏଲ୍ ଶର୍ମା ପ୍ରାୟ ଲକ୍ଷେରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ଏହାପରେ ତାଙ୍କୁ ଦିଲ୍ଲୀସ୍ଥିତ ୨୮ ତୁଗଲକ୍ କ୍ରିସେଣ୍ଟରେ ବଙ୍ଗଳା ଖାଲି କରିବାକୁ ନୋଟିସ୍ ମିଳିଥିଲା। ଜୁଲାଇ ୧୧ ସୁଦ୍ଧା ତାଙ୍କୁ ବଙ୍ଗଳା ଖାଲି କରିବାକୁ ନିର୍ଦେଶ ଦିଆଯାଇଥିଲା। ଶେଷରେ ଧାର୍ଯ୍ୟ ତାରିଖରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପ୍ରାୟ ୧୦ ବର୍ଷ ପ​‌ରେ ଲୁଟିୟନ୍ସ ଜୋନ୍‌ରେ ଥିବା ଏହି ବଙ୍ଗଳା ଛାଡ଼ିଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories