www.samajalive.in
Monday, December 8, 2025
16.1 C
Bhubaneswar

ଶମୀନା ଫିର୍ଦୋସଙ୍କ ବିବାଦୀୟ ମନ୍ତବ୍ୟ; କହିଲେ- ମୁସଲମାନଙ୍କ ପାଇଁ ପ୍ରଥମ ସମ୍ବିଧାନ ହେଉଛି କୁରାନ

ସମାଜ ଡିଜିଟାଲ ଡେସ୍କ: ମୁସଲମାନ ମହିଳାମାନେ ଛାଡ଼ପତ୍ର ପରେ ପୂର୍ବ ସ୍ଵାମୀଙ୍କଠାରୁ ଭରଣପୋଷଣ ପାଇବାର ଆଇନଗତ ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ ରାୟ ଦେବା ପରେ ଏହାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଜଣେ ମୁସଲମାନ ମହିଳା ନେତ୍ରୀ। ମୁସଲମାନଙ୍କ ପାଇଁ କୁରାନ ହେଉଛି ପ୍ରଥମ ସମ୍ବିଧାନ ଏବଂ ଆମେ କୁରାନକୁ ଅନୁସରଣ କରିବୁ ବୋଲି କହିଛନ୍ତି ଜାମ୍ମୁ-କାଶ୍ମୀର ନ୍ୟାଶନାଲ କନ୍‌ଫରେନ୍ସର ମହିଳା ମୋର୍ଚ୍ଚା ସଭାପତି ଶମୀନା ଫିର୍ଦୋସ। ସେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ଭଲ, କିନ୍ତୁ ଜାମ୍ମୁ-କାଶ୍ମୀର ଭଳି ମୁସଲମାନ ବହୁଳ ପ୍ରଦେଶ ପାଇଁ ମୁସଲିମ ଆଇନ ସବୁକିଛି। ମୁସଲିମ ଆଇନରେ ଏହା ଆଗରୁ ଉଜ୍ଜୀବିତ ରହିଛି ଏବଂ ଛାଡ଼ପତ୍ର ପରେ ମହିଳାମାନେ ଭରଣପୋଷଣ ପାଉଛନ୍ତି।

ଶମୀନା ଆହୁରି କହିଛନ୍ତି ଯେ, ଯାହା ଆମ ମୁସଲିମ ଆଇନକୁ ଚ୍ୟାଲେଞ୍ଜ କରିବ ତାହାକୁ ଆମେ କଦାପି ଗ୍ରହଣ କରିବୁ ନାହିଁ। କୁରାନରେ ଏମିତି କିଛି ନାହିଁ ଯାହାକୁ ଚ୍ୟାଲେଞ୍ଜ କରାଯାଇ ପାରିବ। ଆମ ବ୍ୟକ୍ତିଗତ ଆଇନ ତଥା ମୁସଲିମ ଆଇନକୁ ଯଦି ଚ୍ୟାଲେଞ୍ଜ କରାଯିବ ତାହାକୁ ଆମେ ସହ୍ୟ କରିପାରିବୁ ନାହିଁ।

- Advertisement -

ସୂଚନାଯୋଗ୍ୟ, ଗତ ବୁଧବାର ବିଚାରପତି ବି.ଭି. ନାଗାରତ୍ନା ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମାସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ତେଲେଙ୍ଗାନାର ଏକ ମାମଲାର ଶୁଣାଣି କରି ଛାଡ଼ପତ୍ର ପରେ ମୁସଲମାନ ମହିଳାମାନଙ୍କର ଭରଷପୋଷଣ ପାଇବାର ଆଇନଗତ ଅଧିକାର ରହିଛି ବୋଲି ରାୟ ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories