www.samajalive.in
Sunday, December 7, 2025
26.1 C
Bhubaneswar

ଗୃହିଣୀଙ୍କ ତ୍ୟାଗକୁ ମିଳୁ ସମ୍ମାନ, ସ୍ୱାମୀ-ସ୍ତ୍ରୀଙ୍କର ଜଏଣ୍ଟ ଆକାଉଣ୍ଟ ଖୋଲାଯାଉ- ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆମ ଦେଶରେ ଗୃହିଣୀଙ୍କ ତ୍ୟାଗକୁ ସମ୍ମାନ ଦିଆଯାଉ । ଗୃହିଣୀଙ୍କର ଭୂମିକା ଓ ପରିବାର ପ୍ରତି ସେମାନଙ୍କର ତ୍ୟାଗକୁ ସମ୍ମାନ ଜଣାଇବାର ସମୟ ଆସିଛି ବୋଲି ବୁଧବାର ତେଲେଙ୍ଗାନାର ଏକ ମାମଲାର ବିଚାର ବେଳେ କହିଛନ୍ତି ସର୍ବୋଚ୍ଚ ଅଦାଲତ । ଗୃହିଣୀଙ୍କ ନିଜସ୍ୱ ଆୟ ନଥିବାରୁ ସ୍ୱାମୀମାନେ ତାଙ୍କୁ ଆର୍ଥିକ କ୍ଷେତ୍ରରେ ସହାୟତା କରିବା ଆବଶ୍ୟକ । ତେଲେଙ୍ଗାନାର ଏକ ମାମଲାରେ ଛାଡପତ୍ର ପରେ ସ୍ତ୍ରୀକୁ ଭରଣ ପୋଷଣ ଦେବାକୁ ନେଇ ହୋଇଥିବା ଆବେଦନର ଶୁଣାଣି କରି ଜଷ୍ଟିସ୍‍ ବିଭି ନାଗାରତ୍ନାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ କହିଛନ୍ତି ଯେ ପରିବାରରେ ଗୃହିଣୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ପୁରୁଷମାନେ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବାର ସମୟ ଆସିଛି । ସ୍ୱାମୀ-ସ୍ତ୍ରୀ ନାଁରେ ଯୁଗ୍ମ ସଞ୍ଚୟ ଖାତା (ଜଏଣ୍ଟ ଆକାଉଣ୍ଟ) ଖୋଲିବା ସହ ଏଟିଏମ୍‍ ସୁବିଧା ଯୋଗାଇଦେବା ଆବଶ୍ୟକ ବୋଲି ସର୍ବୋଚ୍ଚ ଅଦାଲତ ରାୟରେ ପ୍ରକାଶ କରିଛନ୍ତି । ଭାରତୀୟ ଗୃହିଣୀମାନେ ମାସିକ ଆୟକୁ ନେଇ କେବେ ବି ପରିବାର ସହ ଝଗଡା କରନ୍ତି ନାହିଁ । ସେମାନେ ସେହି ଆୟରୁ କିଛି ସଞ୍ଚୟ କରିବାକୁ ଚେଷ୍ଟା କରନ୍ତି । ଯାହାକି ଜରୁରୀ ବେଳେ କାର୍ଯ୍ୟରେ ଲାଗିଥାଏ । ଏପରିକି ନିଜ ଖର୍ଚ୍ଚରୁ ମଧ୍ୟ ଗୃହିଣୀ ଭବିଷ୍ୟତ ପାଇଁ ସଞ୍ଚୟ କରିଥାନ୍ତି।

ସୁଟିଂ ବେଳେ ଆହତ ହେଲେ ଉର୍ବଶୀ ରୌତେଲା

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories