www.samajalive.in
Sunday, December 7, 2025
26.1 C
Bhubaneswar

କରଞ୍ଜିଆର ୨୦ ଗାଁରେ ୨୪ ଟିକିଆ ହାତୀପଲଙ୍କ ଉତ୍ପାତ

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ୨୪ ଟିକିଆ ଝାଡଖଣ୍ଡୀ ହାତୀପଲଙ୍କ ଉପଦ୍ରବ। ୨୦ରୁ ଅଧିକ ଗାଁର ଲୋକେ ଆତଙ୍କିତ। ଡୁମୁରିଆ, ମତା, ପିଛୁଳି, ଧରି, ଦେଓଗାଁ ଆଦି ଗାଁରେ କୋକୁଆ ଭୟ ପରିସ୍ଥିତି ସୃଷ୍ଟି ହୋଇଛି। ଗତ କିଛି ଦିନ ହେବ କେନ୍ଦୁଝର ବନଖଣ୍ଡରୁ ବୈତରଣୀ ନଦୀ ପାର୍ ହୋଇ ଆସିଥିବା ହାତୀ ପଲଙ୍କୁ ବଡଦେଉଳି ଗାଁ ଜଙ୍ଗଲରେ ଦେଖିବାକୁ ମିଳିଛି। ତେବେ ଆସିବା ବେଳେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଗାଁରେ ହୋଇଥିବା ଖରାଟିଆ ଧାନକୁ ଖାଇଥିବା ସହ ବ୍ୟାପକ କ୍ଷତି କରିଛନ୍ତି। ସେହିପରି ଆଖପାଖ ପ୍ରାୟ ୨୦ ଗାଁରେ ଏବେବି ଆତଙ୍କ ଲାଗିରହିଛି। ବନ ବିଭାଗ କର୍ମଚାରୀମାନେ ହାତୀଙ୍କୁ ଘଉଡାଇବା ପାଇଁ ନାକେଦମ୍ ହେଲେଣି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories