www.samajalive.in
Saturday, December 6, 2025
14.1 C
Bhubaneswar

ସହିଦଙ୍କ ପତ୍ନୀଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ, କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ଜାତୀୟ ମହିଳା ଆୟୋଗ

ଡେସ୍କ: କୀର୍ତ୍ତିଚକ୍ର କ୍ୟାପଟେନ୍ ଅଂଶୁମାନ ସିଂହଙ୍କ ପତ୍ନୀ ସ୍ମୃତି ସିଂହଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମହିଳା ଆୟୋଗ ଦିଲ୍ଲୀ ପୁଲିସକୁ ଅନୁରୋଧ କରିଛନ୍ତି। ପଞ୍ଜାବ ରେଜିମେଣ୍ଟର ଆର୍ମି ମେଡିକାଲ କର୍ପସର କ୍ୟାପଟେନ୍ ଅଂଶୁମାନ ସିଂହଙ୍କୁ ରାଷ୍ଟ୍ରପତି ମରଣୋତ୍ତର ଭାବେ କୀର୍ତ୍ତି ଚକ୍ର ପ୍ରଦାନ କରିଥିଲେ।

​ସାମାଜିକ ଗଣମାଧ୍ୟମରେ ‘ଅହମ୍ମଦ କେ’ ନାମକ ଜଣେ ବ୍ୟକ୍ତି ସ୍ମୃତି ସିଂହଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ଏନସିଡବ୍ଲ୍ୟୁ ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୭୯ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ, ୨୦୦୦ର ଧାରା ୬୭ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି। ଏନ୍ସିଡବ୍ଲ୍ୟୁ ଦିଲ୍ଲୀ ପୁଲିସକୁ ତୁରନ୍ତ ଅହମ୍ମଦ କେଙ୍କ ବିରୋଧରେ ଏତଲା ରୁଜୁ କରି ତାଙ୍କୁ ଯଥାଶୀଘ୍ର ଗିରଫ କରିବାକୁ କହିଛି। ଆସନ୍ତା ୩ ଦିନ ମଧ୍ୟରେ ଏନ୍ସିଡବ୍ଲୁ ଦିଲ୍ଲୀ ପୁଲିସଠାରୁ ଏ ନେଇ ବିସ୍ତୃତ ରିପୋର୍ଟ ମାଗିଛି।

ବଡ଼ ଠାକୁର ତଳେ ପଡ଼ିଯିବା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି

- Advertisement -

ଦିଲ୍ଲୀ ପୁଲିସକୁ ଲେଖିଥିବା ଚିଠିରେ ଏନସିଡବ୍ଲୁ ଦର୍ଶାଇଛି, ଜାତୀୟ ମହିଳା ଆୟୋଗଙ୍କୁ ଏକ ସ୍କ୍ରିନସଟ ମିଳିଛି, ଯେଉଁଥିରେ ଦିଲ୍ଲୀର ବାସିନ୍ଦା ଅହମ୍ମଦ କେ.ନାମକ ଜଣେ ବ୍ୟକ୍ତି କୀର୍ତ୍ତି ଚକ୍ର କ୍ୟାପ୍ଟେନ୍ ଅଂଶୁମାନ ସିଂହଙ୍କ ପତ୍ନୀଙ୍କ ଫଟୋ ଉପରେ ଅତ୍ୟନ୍ତ ଅଶ୍ଳୀଳ ଏବଂ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories