www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭାବବିହ୍ୱଳ କରିବ ଭିଡିଓ ; ବର୍ଷାରେ ଗଛ ତଳେ ପୁଲିସକର୍ମୀ..

ନୂଆଦିଲ୍ଲୀ : ନିକଟରେ ସୋସିଆଲ ମିଡିଆରେ ପୁଲିସ କର୍ମୀଙ୍କ ଏଭଳି ଏକ ଭିଡିଓ ଭାଇରାଲ ହେଉଛି,ଯାହାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଭାବବିହ୍ୱଳ ହୋଇଛନ୍ତି। କିଛି ବ୍ୟବହାରକାରୀ କହିଛନ୍ତି ନିଶ୍ଚିତ ପୁଲିସ କର୍ମୀଙ୍କ ଜୀବନ ଖୁବ୍ କଠିନ। ସମସ୍ତ ପ୍ରକାର ପାଗରେ ଯେକୌଣସି ପରିସ୍ଥିତିରେ ମଧ୍ୟ କର୍ମ କରି ଥାଆନ୍ତି। ଅନେକ ସମସ୍ୟା ମଧ୍ୟରେ ଥାଇ ନାଗରିକଙ୍କୁ ସୁରକ୍ଷା ଦେଇଥାଆନ୍ତି। ସୋସିଆଲ ମିଡିଆରେ ଏଭଳି ଅନେକ ଭିଡିଓ ଭାଇରାଲ ହୋଇଥାଏ।


ଭିଡିଓରେ ଦେଖିପାରିବେ, ବର୍ଷା ସମୟରେ କାର୍ଯ୍ୟରତ ପୁଲିସ କର୍ମୀଙ୍କୁ ଖରାବେଳର ଖାଦ୍ୟ ସେବନ କରିବା ପାଇଁ କୌଣସି ସ୍ଥାନ ମିଳିପାରି ନାହିଁ। ଫଳରେ ଜଣେ ପୁଲିସ କର୍ମୀ ଏକ ଗଛ ତଳେ ବସି ରୁଟି ଓ ଡାଲି ଖାଉଛନ୍ତି। ବର୍ଷା ପାଣି ମଧ୍ୟ ଖାଦ୍ୟରେ ପଡୁଛି। ତଥାପି ମଧ୍ୟ ପୁଲିସ କର୍ମୀ ଖାଦ୍ୟ ଗ୍ରହଣ କରୁଛନ୍ତି। ଏହି ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି।
୨୬ ସେକେଣ୍ଡର ଏହି ଭିଡିଓକୁ ଏଯାଏଁ ୧ ଲକ୍ଷ ୩୪ ହଜାରରୁ ଅଧିକ ଲୋକେ ଦେଖି ସାରିଲେଣି। ବର୍ଷାରୁ ରକ୍ଷା ପାଇବା ପାଇଁ କିଛି ପୁଲିସ କର୍ମୀ ସିମେଣ୍ଟର ଏକ ପାଇପ ମଧ୍ୟରେ ଆଶ୍ରୟ ନେଇଥିବା ମଧ୍ୟ ଦେଖାଯାଇଛି। ଭିଡିଓ କେଉଁ ସ୍ଥାନର ତାହା ସ୍ପଷ୍ଟ ହୋଇ ନାହିଁ। ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି।

୧୨ ବର୍ଷ ପରେ କୁବେର ଯୋଗ; ୨୦୨୫ ପର୍ଯ୍ୟନ୍ତ ଏହି ରାଶିଙ୍କ ଉପରେ ହେବ ଧନବର୍ଷା..

- Advertisement -

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories