www.samajalive.in
Sunday, December 7, 2025
14.1 C
Bhubaneswar

ଆସନ୍ତା ୧୪ରେ ଖୋଲିପାରେ ରତ୍ନଭଣ୍ଡାର

ପୁରୀ: ରତ୍ନଭଣ୍ଡାର ଖୋଲିବା ନେଇ ଗଠିତ ଯାଞ୍ଚ କମିଟିର ଦ୍ୱିତୀୟ ବୈଠକ ଶେଷ ହୋଇଛି । କମିଟିର ଅଧ୍ୟକ୍ଷ ଜଷ୍ଟିସ୍‍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ବୈଠକ ବସିଥିଲା । ଆସନ୍ତା ୧୪ରେ ରତ୍ନଭଣ୍ଡାର ଚାବି ଉପସ୍ଥାପନ ହେବ ବୋଲି ବୈଠକରେ ନିଷ୍ପତି ହୋଇଛି । ତଦାରଖ କମିଟି ଆଗରେ ଶ୍ରୀମନ୍ଦିର ପ୍ରଶାସକ ଚାବି ଉପସ୍ଥାପନ କରିବେ । ଆଜି ଚାବି ଉପସ୍ଥାପନ ହେବାର ଥିଲା ହେଲେ ରଥଯାତ୍ରାରେ ବ୍ୟସ୍ତ ଥିବାରୁ ଆଜି ଚାବି ଉପସ୍ଥାପନ ହୋଇପାରିନି । ସେହି ୧୪ ତାରିଖ ଦିନ ରତ୍ନଭଣ୍ଡାର ଚାବି ଖୋଲିପାରେ ବୋଲି ଆଶା କରାଯାଉଛି । ସରକାରଙ୍କୁ ୧୪ରେ ରତ୍ନଭଣ୍ଡାର ଖୋଲାଯିବା ନେଇ ପ୍ରସ୍ତାବ ଦିଆଯିବ । ସରକାରଙ୍କ ପକ୍ଷରୁ ଅନୁମତି ମିଳିଲେ ରତ୍ନଭଣ୍ଡାର ଚାବି ଖୋଲାଯିବ । ତେବେ ଚାବି କାମ କରୁ ବା ନକରୁ ରତ୍ନଭଣ୍ଡାର ଖୋଲିବା ନିଶ୍ଚିତ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ଜଷ୍ଟିସ୍‍ ବିଶ୍ୱନାଥ ରଥ । ରତ୍ନଭଣ୍ଡାର ଖୋଲାଯିବା ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ହେବନାହିଁ । ଭକ୍ତମାନେ ହୁଏତ ଦୂରରୁ ଦର୍ଶନ କରିପାରନ୍ତି । ତେବେ ଏନେଇ ଭକ୍ତମାନେ ସହଯୋଗ କରିବେ ବୋଲି ଆଶ କରାଯାଉଛି ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories