www.samajalive.in
Sunday, December 14, 2025
26.1 C
Bhubaneswar

ଆଜି ବିଶ୍ଵ ଦେଖିବ ନୌବାହିନୀ ପରାକ୍ରମ : ପୌରାଞ୍ଚଳ ଅନ୍ତର୍ଗତ ସବୁ ସ୍କୁଲ ଛୁଟି

ପୁରୀ :  ପୁରୀରେ ଆଜି ପ୍ରତିଷ୍ଠା ଦିବସ ପାଳନ କରିବ ଭାରତୀୟ ନୌସେନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଜଳ, ସ୍ଥଳ ଓ ଆକାଶ ପଥରେ ଦୁଃସାହସିକ ସାମରିକ କୌଶଳ ପ୍ରଦର୍ଶନ କରାଯିବ। ନୌସେନାର ୧୫ ଯୁଦ୍ଧ ଜାହାଜ, ୪୦ ଲଢୁଆ ବିମାନ ଏବଂ ୪ ଯୁଦ୍ଧଟ୍ୟାଙ୍କ ଅଂଶଗ୍ରହଣ କରିବେ। ଦୁର୍ଦ୍ଧର୍ଷ ମାର୍କୋସ ବାହିନୀ ପକ୍ଷରୁ ରାଷ୍ଟ୍ରପତିଙ୍କ ସମ୍ମୁଖରେ ପରେଡ କରାଯିବ। ଦେଶପ୍ରେମର ବାର୍ତ୍ତା ପ୍ରଚାର ସହ ଭରପୂର ମନୋରଞ୍ଜନ କରିବ ସେନାବ୍ୟାଣ୍ଡ। ଜାତୀୟ ସଙ୍ଗୀତ ପରିବେଷଣ ଏବଂ ଜାତୀୟ ପତାକା ଉତ୍ତୋଳନ କରି ନୌସେନା ପ୍ରତିଷ୍ଠା ଦିବସ ଉତ୍ସବ ଉଦଘାଟନ କରାଯିବ। ଏହାଛଡା ନୌସେନାର ଶତାଧିକ ମହିଳା କ୍ୟାଡେଟ ନୃତ୍ୟ ପ୍ରଦର୍ଶନ କରିବେ। ଏହି କାର୍ଯ୍ୟକ୍ରମରେ ନୌସେନାର ସବୁଠାରୁ ଦକ୍ଷ ଏବଂ ପରାକ୍ରମୀ ସୈନିକ, ଯୁଦ୍ଧ ଜାହାଜ, ଯୁଦ୍ଧବିମାନ ଓ ଟ୍ୟାଙ୍କ ଗୁଡ଼ିକ ବିଚକ୍ଷଣ ସାମରିକ କୌଶଳ ପ୍ରଦର୍ଶନ କରିବେ। ମୁଖ୍ୟ ଆକର୍ଷଣ ହେବ ଭାରତୀୟ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ବିକ୍ରମ ସମେତ ୧୦ରୁ ଉର୍ଦ୍ଧ୍ବ ଯୁଦ୍ଧ ଜାହାଜର ପଇଁତରା। ଋଷିଆ ଏବଂ ଆମେରିକା ଭଳି ବିଶ୍ବର ସବୁଠାରୁ ଅଧିକ ଶକ୍ତିଶାଳୀ ରାଷ୍ଟ୍ରର ନୌବାହିନୀ ଠାରୁ ସାମରିକ ଦକ୍ଷତାରେ ଭରତୀୟ ନୌସେନା ଯେ କୌଣସି ଗୁଣରେ କମ୍ ନୁହନ୍ତି ଏହାର ପ୍ରମାଣ ଆଜି ଦେଖିବାକୁ ମିଳିବ। ବ୍ଲୁ ଫ୍ଲାଗ ବେଳାଭୂମିରେ ଏହି ବର୍ଣ୍ଣାଢ଼୍ୟ ଉତ୍ସବ ପାଳନ ପାଇଁ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରାୟ ୭ ହଜାର ନିମନ୍ତ୍ରିତ ଅତିଥିଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ, ବିଧାୟକ ଏବଂ କେତେକ ସାଂସଦ ନୌସେନା ପ୍ରତିଷ୍ଠା ଦିବସ ଉତ୍ସବରେ ସାମିଲ ହେବେ। ଏହାଛଡ଼ା ପେଣ୍ଠକଟା ଠାରୁ ଶିପସରୁବାଲି ପର୍ଯ୍ୟନ୍ତ ପ୍ରାୟ ୭ କିମି ସମୁଦ୍ର ବେଳାଭୂମିରେ ବସି ଲକ୍ଷାଧିକ ଲୋକ ନୌସେନାର ଚିତ୍ତାକର୍ଷକ ଓ ଦୁଃସାହସିକ କୌଶଳ ଦେଖିବାର ସୁଯୋଗ ପାଇବେ। ନୌସେନା ପ୍ରତିଷ୍ଠା ଦିବସ ସମେତ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସମଗ୍ର ପୁରୀ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭିଆଇପି ରୋଡ, ଚକ୍ରତୀର୍ଥ ରୋଡ ଏବଂ ବଡ଼ଦାଣ୍ଡରେ ଟ୍ରାଫିକ କଟକଣା ଜାରି କରାଯାଇଛି। ୨୦ ଟି ସ୍ଥାନରେ ଗାଡ଼ି ପାର୍କିଂ ଷ୍ଟାଣ୍ଡ କରାଯିବା ସହ ସମୁଦ୍ର କୂଳ ଏବଂ ଶରଧାବାଲିରୁ ଉଠାଦୋକାନୀଙ୍କୁ ସାମୟିକ ଭାବେ ଉଚ୍ଛେଦ କରାଯାଇଛି। ସୁରକ୍ଷା ଦାୟିତ୍ବରେ ୮୫ ପ୍ଲାଟୁନ ପୁଲିସ ଫୋର୍ସ, ୩୫ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ, ୩୦୦ ପୁଲିସ ଅଧିକାରୀ ଏବଂ ୩ ଶହ ଶହ ଲାଇଫ ଗାର୍ଡଙ୍କୁ ମୁତୟନ କରାଯାଇଥିବା ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି। ପୁରୀ ପୌରାଞ୍ଚଳ ମଧ୍ୟରେ ଥିବା ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନ ଗୁଡିକୁ ବୁଧବାର ଗୋଟିଏ ଦିନ ଜିଲା ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଛି। ପୁରୀ ସହରର ବିଭିନ୍ନ ସ୍ଥାନରେ ୮ଟି ଏଲଇଡି ସ୍କ୍ରିନ ଲଗାଯାଇଛି। ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ ସମେତ ଟ୍ରାଫିକ ନିୟନ୍ତ୍ରଣ, ଗାଡ଼ି ପାର୍କିଂ, ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରାଯାଇଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories