www.samajalive.in
Friday, December 5, 2025
26.1 C
Bhubaneswar

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କଲେ ରାଷ୍ଟ୍ରପତି

ଭୁବନେଶ୍ବର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଞ୍ଚ ଦିନିଆ ଓଡ଼ିଶା ଗସ୍ତ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ନୂଆଦିଲ୍ଲୀରୁ ବାୟୁସେନା ସ୍ୱତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସ୍ୱାଗତ କରିଥିଲେ। ପରେ ରାଷ୍ଟ୍ରପତି ଚନ୍ଦ୍ରଶେଖରପୁରସ୍ଥିତ ନୀଳାଦ୍ରି ବିହାର ଯାଇଥିଲେ। ସେଠାରେ ଥିବା ପାର୍କରେ ଅଲଚିକି ଲିପିର ପ୍ରତିଷ୍ଠାତା ତଥା ଗୁରୁ ଗୋମ୍‌କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଲୋକାର୍ପଣ କରିଥିଲେ। ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହିତ କଥା ହୋଇଥିଲେ । ପରେ ଆଦିବାସୀ ଦେବସ୍ଥାନ ସାନ୍ତାଳୀ ପୀଠରେ ପୂଜାର୍ଚ୍ଚନା କରି ରାଷ୍ଟ୍ରପତି ରାଜଭବନ ଅଭିମୁଖେ ଫେରିଥିଲେ। ମଙ୍ଗଳବାର ରାତିରେ ରାଷ୍ଟ୍ରପତି ରାଜଭବନରେ ଅବସ୍ଥାନ କରିବେ। ଆଜି ସକାଳ ୯ଟାରେ ରାଜଭବନରୁ ବାହାରି ୯.୨୦ରେ ବିମାନ ବନ୍ଦରରେ ପହଞ୍ଚି ସେଠାରୁ ସ୍ବତନ୍ତ୍ର ବିମାନ ଯୋଗେ ୯.୫୫ରେ ପୁରୀ ତାଳବଣିଆ ହେଲିପ୍ୟାଡ଼ ପଡ଼ିଆରେ ପହଞ୍ଚିବେ। ୧୦.୦୫ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଶ୍ରୀମନ୍ଦିରରୁ ବାହାରି ୧୦.୫୦ରେ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟରେ ୭୫ତମ ବାର୍ଷିକ ଉତ୍ସବରେ ଯୋଗଦେବେ। ମଧ୍ୟାହ୍ଣ ୧୨.୧୦ରେ ରାଜଭବନରେ ପହଞ୍ଚି ସେଠାରେ ମଧ୍ୟାହ୍ନ ଭୋଜନ କରିବା ସହ ବିଶ୍ରାମ ନେବେ। ରାଜଭବନ ପରିସରରେ ଗାର୍ଡ ଅଫ ଅନର ଗ୍ରହଣ କରିବ। ସହ ସେଠାରୁ ସେ ୨୦୦ ମିଟର ପର୍ଯ୍ୟନ୍ତ ଚାଲିଚାଲି ଯିବେ। ବ୍ଲୁ ଫ୍ଲାଗ ବିଚରେ ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୩ଟା ୫୫ରେ ଯୋଗଦେବେ। ନୌସେନାର ଚିତ୍ତାକର୍ଷକ ସମର କୌଶଳ ପ୍ରଦର୍ଶନ ଓ ବିଭିନ୍ନ ପ୍ରତିରକ୍ଷାରେ ବ୍ୟବହୃତ ଯୁଦ୍ଧ ସାମଗ୍ରୀର ପ୍ରଦର୍ଶନ ଦେଖିବେ। ୫.୪୫ରେ କାର୍ଯ୍ୟକ୍ରମ ସାରି ୫.୫୫ରେ ପୁରୀ ରାଜଭବନ ଫେରି ରାତ୍ରିଯାପନ କରିବେ। ଗୁରୁବାର ପୂର୍ବାହ୍ଣ ସାଢେ ୯ଟାରେ ପୁରୀ ତାଳବଣିଆ ହେଲିପ୍ୟାଡ଼ରୁ ବାହାରି ୧୦.୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories