ଶିମିଳିପାଳରେ ବାଘଙ୍କୁ ଜଗିବ ୧୨୦ଟି କ୍ୟାମେରା
ଭୁବନେଶ୍ବର : ଶିମିଳିପାଳ ଅଭୟାରଣ୍ୟରେ ବାଘଙ୍କ ୨୪ ଘଣ୍ଟିଆ ଗତିବିଧିକୁ ନଜର ରଖୁଛି ଏଆଇ କ୍ୟାମେରା। ଦେଶରେ ପ୍ରଥମ କରି ଅଭୟାରଣ୍ୟରେ ଏହି କ୍ୟାମେରା ଲଗାଯାଇଛି। ଫଳରେ ଶିମିଳିପାଳରେ ବନ୍ୟଜନ୍ତୁଙ୍କ ସୁରକ୍ଷା ଏବଂ ବାଘଙ୍କ ଗତିବିଧିକୁ ପ୍ରତିଟି ସମୟରେ ନିରୀକ୍ଷଣ କରାଯାଇପାରୁଛି। ଅଭୟାରଣ୍ୟରେ ଲଗାଯାଇଥିବା ଏହି ୧୨୦ଟି ଟ୍ରେଲ୍ ଗାର୍ଡ କ୍ୟାମେରା ହାତୀ, ବାଘଙ୍କ ସହ ଶିକାରୀଙ୍କ ଗତିବିଧି ଜାଣି ତୁରନ୍ତ ବନ ଅଧିକାରୀଙ୍କ ମୋବାଇଲ୍କୁ ଫଟୋ ପଠାଇପାରୁଛି । ଫଳରେ ବନକର୍ମଚାରୀ ତତ୍କାଳ ଜଙ୍ଗଲରେ ପହଞ୍ଚି ଶିକାରୀଙ୍କୁ ଧରି ପାରୁଛନ୍ତି ବୋଲି ଅବସରପ୍ରାପ୍ତ ପିସିସିଏଫ୍ ଡ. ସୁଶାନ୍ତ ନନ୍ଦ କହିଛନ୍ତି।
Comments are closed.