www.samajalive.in
Saturday, December 6, 2025
16.1 C
Bhubaneswar

ଦୁଇଗୁଣା ବସ୍‌ ଭଡ଼ା ଆଦାୟ କଲେ ମୋ ବସ୍‌ କର୍ମଚାରୀ, ତାତିଲେ ଯାତ୍ରୀ

କୋଣାର୍କ : ସାଧାରଣ ଲୋକ, ବରିଷ୍ଠ ନାଗରିକ ଦିବ୍ୟାଙ୍ଗଙ୍କୁ ସୁବିଧାରେ ବସ୍‌ ସେବା ଯୋଗାଇବା ଲାଗି ରାଜ୍ୟ ସରକାର ମୋ ବସ୍‌ ସେବା କାର୍ଯ୍ୟକାରୀ କରିଛନ୍ତି। କିଛି ମୋ ବସ୍‌ କର୍ମଚାରୀ ରଥଯାତ୍ରା ସମୟରେ କୋଣାର୍କରୁ ପୁରୀ ଯାତାୟାତ କରୁଥିବା ଯାତ୍ରୀଙ୍କଠାରୁ ଦୁଇଗୁଣା ବସ୍‌ ଭଡା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସୋମବାର ଦୀର୍ଘ ୨ ଘଣ୍ଟା ଧରି ମୋ ବସ୍‌ ସହ କର୍ମଚାରୀ କୋଣାର୍କ ଥାନାରେ ଅଟକ ଥିବାବେଳେ ପରବର୍ତ୍ତୀ ଅବସ୍ଥାରେ କେତେକ ସର୍ତ୍ତରେ ପୁଲିସ ଛାଡ଼ିଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ରଥଯାତ୍ରା ଲାଗି ପୁରୀକୁ ଯାତାୟାତ ଲାଗି ବିଭିନ୍ନ ସ୍ଥାନରୁ ସ୍ୱତନ୍ତ୍ର ବସ୍‌ ଚଳାଚଳ କରୁଛି। ସୋମବାର ପୁରୀରୁ କିଛି ଯାତ୍ରୀଙ୍କୁ ନେଇ ଏକ ମୋ ବସ୍‌ କୋଣାର୍କ ଅଭିମୁଖେ ଯାତ୍ରା କରିଥିବାବେଳେ ଯାତ୍ରୀଙ୍କ ଠାରୁ ୪୦ ଟଙ୍କା ପରିବର୍ତ୍ତେ ୮୦ ଟଙ୍କା ଆଦାୟ କରାଯାଇ ରସିଦ ପ୍ରଦାନ କରାଯାଇଥିଲା। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ମଧ୍ୟ ରିଆତି ମିଳିନଥିବା ଅଭିଯୋଗ ହୋଇଥିଲା। ଏନେଇ କିଛି ଯାତ୍ରୀ ଅଭିଯୋଗ କରିଥିଲେ ମଧ୍ୟ ଦାୟିତ୍ୱରେ ଥିବା କଣ୍ଡକ୍ଟର ରଥଯାତ୍ରା ଲାଗି ଏହି ବର୍ଦ୍ଧିତ ଭଡ଼ା ଲାଗୁ କରାଯାଇଥିବା କହିଥିଲେ। ଫଳରେ ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ କିଛି ଯାତ୍ରୀ ରାମଚଣ୍ଡୀ ନିକଟରେ ଗାଡ଼ିକୁ ଅଟକାଇ ହୋହଲ୍ଲା କରୁଥିବା ଦେଖି ଘଟଣାସ୍ଥଳରେ ଟୁରିଷ୍ଟ ପୁଲିସ ପହଞ୍ଚି ଯାତ୍ରୀଙ୍କୁ ବୁଝାସୁଝା କରିବା ସହ ଗାଡ଼ି ସହ ଯାତ୍ରୀଙ୍କୁ ନେଇ କୋଣାର୍କ ଥାନାକୁ ନେଇଥିଲା। ସମସ୍ତ ଯାତ୍ରୀଙ୍କଠାରୁ ବର୍ଦ୍ଧିତ ବସ୍‌ ଭଡ଼ା ନିଆଯାଇଥିବା ଥାନାରେ ଅଭିଯୋଗ ପରେ ପୁଲିସ ଏଏସ୍‌ଆଇ ବନମାଳୀ ନାୟକ ପଚାରିବାରୁ ରଥଯାତ୍ରା ଲାଗି ସ୍ୱତନ୍ତ୍ର ବସ୍‌ ଚାଲୁଥିବା ଯୋଗୁଁ ଅଧିକ ବସ୍‌ଭଡା ଆଦାୟ କରାଯାଇଥିବା ସୂଚନା ଦେଇଥିଲେ। ପୁଲିସ ବସ ଦାୟିତ୍ୱରେ ଥିବା ପରିଚାଳକଙ୍କ ସହ ଟେଲିଫୋନ ଯୋଗାଯୋଗ କରି ବର୍ଦ୍ଧିତ ଭଡ଼ା ଆଦାୟ ସମ୍ପର୍କିତ ଚିଠି କିମ୍ବା ନିର୍ଦେଶ ଦେଖାଇବାକୁ କହିଥିବାବେଳେ ସେ କୌଣସି ତଥ୍ୟ ଦେଇପାରିନଥିଲେ। ଏହା ପରେ ପୁଲିସ କେତେକ ସର୍ତ୍ତ ରଖି ବସ୍‌କୁ ଛାଡ଼ିଥିବା ଜଣାପଡ଼ିଛି। ଏଠାରେ ସୂଚନାଯୋଗ୍ୟ ଯେ, ରଥଯାତ୍ରା ସମୟରେ ଯାତ୍ରୀଙ୍କୁ ସହଜରେ ପୁରୀକୁ ଯାତାୟାତ କରିବାଲାଗି ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଥିବାବେଳେ ଏଥିରେ ତ୍ରୁଟି ପରିଲକ୍ଷିତ ହୋଇଛି। ତାଳବଣିଆ ଠାରେ ପରିବହନ ବିଭାଗର ସ୍ୱତନ୍ତ୍ର ଶିବିର ରହିଥିଲେ ମଧ୍ୟ କିଭଳି ବର୍ଦ୍ଧିତ ବସଭଡ଼ା ଆଦାୟ କରାଗଲା ତାହା ତଦନ୍ତସାପେକ୍ଷ ହୋଇପଡ଼ିଛି। ଏ ସମ୍ପର୍କରେ କ୍ରୁଟ ପରିଚାଳନା ନିର୍ଦେଶକ ଅରୁଣ ବୋଥ୍ରାଙ୍କୁ ପଚାରିବାରେ ସେ ସାଧାରଣ ପରିଚାଳକଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ। ସାଧାରଣ ପରିଚାଳକ ସଞ୍ଜୟ ବିଶ୍ୱାଳଙ୍କୁ ଟେଲିଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories