www.samajalive.in
Friday, December 5, 2025
17.1 C
Bhubaneswar

ପୋତି ହେଲାଣି ନୂଆପଡା ଡ୍ୟାମ୍ ; କମୁଛି ଜଳଧାରଣ କ୍ଷମତା,ଚିନ୍ତାରେ ଚାଷୀ

ହରଭଙ୍ଗା : ବୌଦ୍ଧ ଏକ କୃଷି ପ୍ରଧାନ ଜିଲ୍ଲା। ଜିଲ୍ଲାରେ ଧାନ ଚାଷ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଚାଷ ଜମି ରହିଛି। ଏହାକୁ ଦୃଷ୍ଟିରେ ରଖି କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ପ୍ରତିବର୍ଷ ଜଳସେଚନ ପାଇଁ କୋଟି କୋଟି ଟଙ୍କାରେ ପ୍ରକଳ୍ପ ନିର୍ମାଣ ହେଉଛି। ମାତ୍ର ଯେଉଁ ପରିମାଣରେ ପ୍ରକଳ୍ପ ନିର୍ମାଣ କରାଯାଉଛି ତାହାର ୨୦ ପ୍ରତିଶତ ବ୍ୟୟ ବରାଦରେ ଏହାର ରକ୍ଷଣାବେକ୍ଷଣା ଏବଂ ମରାମତି କିମ୍ବା ପଙ୍କ ଉଦ୍ଧାର କରା ଯାଉନାହିଁ। ଯାହା ଫଳରେ କ୍ଷୁଦ୍ରଜଳସେଚନ ଡ୍ୟାମଗୁଡିକ ପଙ୍କରେ ପୋତି ହେବା ସାଙ୍ଗକୁ ସେଗୁଡିକର ଜଳ ଧାରଣ କ୍ଷମତା ହ୍ରାସ ପାଉଛି। ଯାହାଫଳରେ ଅଭାବ ସମୟରେ ଚାଷୀଙ୍କୁ ଜଳସେଚନ ପ୍ରକଳ୍ପରୁ ପାଣି ନମିଳିବାରୁ ଚାଷ ଉଜୁଡିବା ସହିତ ପ୍ରକଳ୍ପ ନିର୍ମାଣ ଏକ ପ୍ରକାର ଠିକାଦର ସନ୍ତୁଷ୍ଟି ପାଇଁ ନିର୍ମାଣ ହେଉଥିବା ମନେ ହେଉଛି। ଏଭଳି ଏକ ପ୍ରକଳ୍ପ ହେଉଛି ହରଭଙ୍ଗା ବ୍ଲକ ବୀରନରସିଂହପୁରସ୍ଥିତ ନୂଆପଡା ଡ୍ୟାମ ଲଇଗାଁ ଜଳସେଚନ ପ୍ରକଳ୍ପ। ବର୍ଷା ଜଳକୁ ସଂରକ୍ଷିତ ରଖି ଜଳସେଚନ ମାଧ୍ୟମରେ ଜମିକୁ ପାଣି ମଡାଇବା ଲକ୍ଷ୍ୟ ନେଇ ନୂଆପଡାସ୍ଥିତ ବାଙ୍କମୁଣ୍ଡି ଜଙ୍ଗଲ ଦେଇ ବୋହି ଆସୁଥିବା ଗଉଡୁଣି ନାଳର ଜଳକୁ ସଂରକ୍ଷଣ ପାଇଁ ୧୯୭୬ ମସିହାରେ ନୂଆପଡା ଡ୍ୟାମ ପ୍ରକଳ୍ପ ନିର୍ମାଣ କରାଗଲା। ଏହି ପ୍ରକଳ୍ପରୁ ବୀର ନରସିଂହ ପୁର, ସାମ୍ପୋଚ,ଏବଂ ଲୁଣିବାହାଲ ଭଳି ତିନି ଗୋଟି ପଂଚାୟତର ୪ହଜାର ହେକ୍ଟର ଚାଷ ଜମିକୁ ଖରିଫ ଋତୁରେ ଜଳସେଚନ ସୁବିଧା ଲକ୍ଷ୍ୟରେ ପ୍ରକଳ୍ପ ନିର୍ମାଣ ହୋଇଥିଲା।
ପ୍ରକଳ୍ପ ନିର୍ମାଣ ପରେ ମୁରଡି ସମସ୍ୟାରେ ସମ୍ମୁଖୀନ ହେଉଥିବା ଏହି ଅଂଚଳର ଚାଷୀଙ୍କ ସମସ୍ୟା ଦୂର ହୋଇ ପାରିଥିଲା। ମାତ୍ର ସମ୍ପ୍ରତି ଡ୍ୟାମଟି ପୋତି ହୋଇପଡିବାରୁ ଆବଶ୍ୟକ ଅନୁସାରେ ଜମିକୁ ପାଣି ମାଡିବା ସମ୍ଭବପର ହେଉନାହିଁ। ଖରାଦିନେ ପାଖା ପାଖି ୩୦ଫୁଟ ପାଣି ରହୁଥିବା ବେଳେ ଡ୍ୟାମଟି ପୋତି ହେବା ଫଳରେ ବର୍ତମାନ ଖରାଦିନେ ୫ଫୁଟ ପାଣି ରହୁଛି। ଦିନକୁ ଦିନ ଜଳ କ୍ଷମତା ହ୍ରାସ ପାଉଛି। ପଙ୍କ ଉଦ୍ଧାର ପାଇଁ ଆସୁଥିବା ଅନୁଦାନକୁ କେନାଲ ଉନ୍ନତିକରଣରେ ଖର୍ଚ୍ଚ କରିବା ଯୋଗୁଁ ଏଭଳି ସମସ୍ୟା ଉପୁଜୁଥିବା ଚାଷୀ ମହଲରୁ ଅଭିଯୋଗ ହେଉଛି। ଯାହା ଫଳରେ ଚାଷୀ ଚାଷର ପ୍ରକୃଷ୍ଟ ସମୟରେ ଜଳସେଚନ ଅଭାବରୁ କ୍ଷତିଗ୍ରସ୍ତ ହେବା ସହ ଜଳକର ଦେଇ ଖର୍ଚ୍ଚାନ୍ତ ଭୋଗୁଛି। ଖାଲି ନୂଆପଡା ଡ୍ୟାମ ନୁହେଁ ହରଭଙ୍ଗା ଧର୍ମନଗରସ୍ଥିତ ଶଗଡିଆ ଡ୍ୟାମର ମଧ୍ୟ ସମାନ ଅବସ୍ଥା ରହିଛି। ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଯୁଦ୍ଧକାଳୀନ ଭିତିରେ ଡ୍ୟାମରୁ ପଙ୍କ ଉଦ୍ଧାର କରାଯିବାକୁ ଚାଷୀମହଲରୁ ଦାବୀ ହେଉଛି। ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ ହେଉଛି। ଏ ସର୍ମ୍ପକରେ ପୁରୁଣାକଟକ କ୍ଷୁଦ୍ରଜଳସେଚନ ସହକାରୀ ଯନ୍ତ୍ରୀ ବିଭୂତି ମାଝୀଙ୍କୁ ପଚାରିବାରୁ ଖରାଦିନେ ପଙ୍କ ଉଦ୍ଧାର କରାଯିବ, ବର୍ତମାନ ବର୍ଷାଦିନ ପଂହଚି ଯାଇଥିବାରୁ ଆମେ ଡ୍ୟାମ ସୁରକ୍ଷା ଦିଗରେ ଅଧିକ ଦୃଷ୍ଟି ଦେଉଛୁ ବୋଲି କହିଥିଲେ।

ନଖ କାଟିବାର ଶୁଭ ଦିନ ଓ ସମୟ; ପାଳନ କଲେ ହଠାତ୍ ହୁଏ ଧନ ପ୍ରାପ୍ତି, ବଢେ ସୌନ୍ଦର୍ଯ୍ୟ..

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories