ଗଞ୍ଜାମ : ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦର୍ପଙ୍ଗିଆ ଆବାସିକ ବିଦ୍ୟାଳୟରେ ଏକ ଅଘଟଣ ଘଟିଥିବା ସୋମବାର ସାମ୍ନାକୁ ଆସିଛି। ଜଣେ ପ୍ରଥମ ଶେଣ୍ରୀ ଛାତ୍ରୀଙ୍କ ସାପ ଦଂଶନରେ ମୃତ୍ୟୁ ଘଟିଛି। ରାତି ଅଧରେ ଶୋଇଥିବା ଅବସ୍ଥାରେ ଛାତ୍ରୀଙ୍କୁ ଏକ ବିଷାକ୍ତ ସାପ କାମୁଡିବା ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଛାତ୍ରୀଙ୍କ ନାମ ରିଧି ପ୍ରଧାନ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ଦେଖନ୍ତୁ ଭିଡିଓ ; ଏମିତି ବି ହୁଏ ମୃତ୍ୟୁ, ମାତ୍ର ୧୫ ସେକେଣ୍ଡରେ ଚାଲିଗଲା ଯୁବକଙ୍କ ଜୀବନ..



