www.samajalive.in
Saturday, December 6, 2025
17.1 C
Bhubaneswar

ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ; ଶରଧାବାଲିରେ ତିନି ରଥ

ପୁରୀ : ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା। ଶରଧାବାଲିରେ ପହଞ୍ଚିଲେ ତିନି ରଥ। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ୩ରଥ। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ଲାଗିଲା। ରତ୍ନବେଦୀ ଛାଡି ଜନ୍ମବେଦି ଆସିଛନ୍ତି ମହାପ୍ରଭୁ। ଏକାଠି ହୋଇଛନ୍ତି ଭଗବାନ ଓ ଲକ୍ଷ ଲକ୍ଷ ଭକ୍ତ।

ଜୁଲାଇ ୮ରୁ କେତୁ ଚମକାଇବେ ଏହି ରାଶିଙ୍କ ଭାଗ୍ୟ ; ହଠାତ୍ ମିଳିବ ଧନ, ଚାକିରି..

- Advertisement -

ଚଳିତ ଥର ଦୁଇ ଦିନ ରଥଯାତ୍ରା ପଡିଥିବାରୁ ରବିବାର ବଡଦାଣ୍ଡରେ ଅଟକି ରହିଥିବା ୩ ରଥକୁ ଆଜି ପୁଣି ଟାଣି ନେଇଛନ୍ତି ଶ୍ରଦ୍ଧାଳୁ। ଲକ୍ଷଲକ୍ଷ ଭକ୍ତମାନେ ଶ୍ରୀଜୀଉଙ୍କ ରଥକୁ ମାଉସୀ ମା ମନ୍ଦିର ଅଭିମୁଖେ ଟାଣି ନେଇଛନ୍ତି । ଘଣ୍ଟ ଘଣ୍ଟା ବାଦ୍ୟ ଧ୍ୱନିରେ ପ୍ରକମ୍ପିତ ହେଉଛି ପୁରା ପରିବେଶ । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପଛେ ପଛେ ମା ସୁଭଦ୍ରାଙ୍କ ଦର୍ପଦଳନ, ଏହାପରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥକୁ ଟାଣି ନେଇଛନ୍ତି ଶ୍ରଦ୍ଧାଳୁ। ରଥରେ ତିନି ଠାକୁରଙ୍କୁ ଦେଖି ଭାବବିହ୍ୱଳ ହୋଇଛନ୍ତି ଭକ୍ତ । ଘୋଷଯାତ୍ରାର ଦ୍ୱିତୀୟ ଦିନରେ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର । ରବିବାର ସିଂହଦ୍ୱାରଠାରୁ ମାତ୍ର ଅଳ୍ପ ଦୂର ଯାଇ ଅଟକି ଥିଲା କାଳିଆ ସାଆନ୍ତଙ୍କ ରଥ । ସେହିପରି ରାଜନଅର ସମ୍ମୁଖରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ମରିଚିକୋଟ ଛକରେ ଅଟକି ଥିଲା ବଡ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ସୋମବାର ସକାଳୁ ରଥରେ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ପୁଣି ରଥଟଣା ଆରମ୍ଭ ହୋଇଥିଲା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories