www.samajalive.in
Saturday, December 6, 2025
14.1 C
Bhubaneswar

ବିଷାକ୍ତ ସାପ ଦଂଶନରେ ୧୬ ବର୍ଷ ନାବାଳକ ମୃତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ଅନ୍ତର୍ଗତ ପୁଟୁଳିଆ ଗ୍ରାମର ୧୬ ବର୍ଷର ନାବାଳକଙ୍କର ଆଜି ସାପ ଦଂଶନରେ ମୃତ୍ୟୁ ହୋଇଛି।‌ ସୂଚନା ଅନୁଯାୟୀ ପୁଟୁଳିଆ ଗ୍ରାମର ଦାଶରଥି ପାତ୍ରଙ୍କ ପୁଅ ପଦ୍ମଲୋଚନ ପାତ୍ର(୧୬)ବର୍ଷ ରାତିରେ ଘର ଛାତ ଉପରେ ଶୋଇଥିବା ସମୟରେ ତାଙ୍କୁ ଏକ ବିଷଧର ସାପ କାମୁଡି ଥିଲା। କିଛି ସମୟ ପରେ ପରିବାର ଲୋକେ ଜାଣି ପାରି ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଡାକ୍ତର ମୃତ ଘୋଷଣା କଲା ପରେ ମଧ୍ୟ ପୁଅ ବଞ୍ଚିବା ଆଶାରେ ତାଙ୍କ ପରିବାର ଲୋକ ଗୁଣିଆ ଡାକି ମେଡିକାଲ ରେ ଛଡାଫୁଙ୍କା କଲା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଏନେଇ ପାଟଣା ଥାନାରେ‌‌ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଛି।

https://samajalive.in/viral-video-news-13/576512.html

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories