www.samajalive.in
Friday, December 5, 2025
17.1 C
Bhubaneswar

ଆଜିଠୁ ଦୁଇ ଦିନିଆ ରୁଷ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି(ସୋମବାର)ଠାରୁ ଦୁଇ ଦିନିଆ ରୁଷ୍ ଗସ୍ତରେ ଯିବେ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ୨୨ତମ ଭାରତ-ରୁଷ୍ ବାର୍ଷିକ ସମ୍ମିଳନୀରେ ଯୋଗଦେବେ। ପୁଟିନଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ରୁଷ୍ ଗସ୍ତ କରୁଛନ୍ତି। ୨୦୨୨ରୁ ରୁଷ୍-ୟୁକ୍ରେନ ଯୁଦ୍ଧ ଲାଗି ରହିଥିବାବେଳେ ମୋଦୀଙ୍କ ଗସ୍ତ ଚର୍ଚ୍ଚାରେ ରହିଛି। ରୁଷ୍ ଗସ୍ତରୁ ଫେରିବା ବାଟରେ ମୋଦୀ ଅଷ୍ଟ୍ରିଆ ଗସ୍ତ କରିବେ। ଯାହା ଦୀର୍ଘ ୪୧ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଅଷ୍ଟ୍ରିଆ ଗସ୍ତ। ମୋଦୀ ତାଙ୍କ ଆଗାମୀ ଅଷ୍ଟ୍ରିଆ ଗସ୍ତକୁ ଐତିହାସିକ ବୋଲି କହିଛନ୍ତି। ଅଷ୍ଟ୍ରିଆ ଚାନ୍ସେଲର କାର୍ଲ ନେହାମର କହିଛନ୍ତି ଯେ ମୋଦୀଙ୍କ ଗସ୍ତ ଦୁଇ ଦେଶର ସମ୍ପର୍କକୁ ମଜଭୁତ କରିବ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories