www.samajalive.in
Saturday, December 6, 2025
16.1 C
Bhubaneswar

ଭୈରବୀରେ ଉତ୍ସାହର ସହ ପାଳିତ ହେଲା ରଥଯାତ୍ରା

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ମନ୍ତ୍ରିଡି ସ୍ଥିତ ସିଦ୍ଧ ଭୈରବୀ ମନ୍ଦିରର ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଉତ୍ସାହର ସହ ସମାପନ ହୋଇ ଯାଇଛି। ରଥ ଯାତ୍ରା ପାଳନ ଅବସରରେ ଜଗନ୍ନାଥ ମନ୍ଦିରରେ ନୀତିକାନ୍ତି ସହ ଦିନ ୯ଟା ବେଳେ ଆରତୀ କରାଯାଇ ମନ୍ଦିର କମିଟି ସହ ମନ୍ଦିର ପୂଜକଙ୍କୁ ନେଇ ନିତିକାନ୍ତି ଅନୁସାରେ ମନ୍ଦିର ଭିତରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରାଯାଇ ପୂଜା ବିଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୈରବ ପାଣିଗ୍ରାହୀ ପରମ୍ପରା ଅନୁଯାୟୀ ଛେରା ପହଁରା କାର୍ଯ୍ୟ କରିଥିଲେ। ରଥ ଟାଣିବା ପାଇଁ ସଦର ଏସଡିପିଓ ଶୁଭ୍ରାଂଶୁ ପରିଡା ଏବଂ ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରଥ ଟଣା ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୋଠାରସିଂ ସରପଞ୍ଚ ଦୁର୍ଯ୍ୟୋଧନ ରେଡ୍ଡୀ, ପ୍ରମୁଖ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଗୋଳନ୍ଥରା ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଚଳିତ ବର୍ଷ ଭୈରବୀ କମିଟି ତରଫରୁ ଧୁମ୍ ଧାମରେ ନୀତିକାନ୍ତି ଅନୁସାରେ ପୂଜା ପାର୍ବଣ ଅନୁଷ୍ଠିତ ହୋଇଥିଲା ଏବଂ ତିନି ରଥଟଣା ସମୟରେ ଅଞ୍ଚଳର ପ୍ରାୟ ତିନି ହଜାରରୁ ଅଧିକ ଭକ୍ତଙ୍କ ଭିଡ଼ ଜମିଥିଲା ବୋଲି ମନ୍ଦିର କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ କହିଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories