www.samajalive.in
Sunday, December 7, 2025
13.1 C
Bhubaneswar

ମନ୍ତ୍ରୀଙ୍କ ବ୍ଲକରୁ ରଥ ଯାତ୍ରା ବସ୍ ଫାଙ୍କା

ଗୋପାଳପୁର: ପବିତ୍ର ରଥ ଯାତ୍ରା ଉପଲକ୍ଷେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ରାଜ୍ୟର ୩୧୪ ବ୍ଲକ୍ ମୁଖ୍ୟାଳୟରୁ ପୁରୀ ଅଭିମୂଖେ ବସ୍ ଗଡ଼ିବାର ବ୍ୟବସ୍ଥା ହୋଇଥିଲା। ବ୍ଲକ ପ୍ରଶାସନର ଦାୟିତ୍ଵ ଥିଲା ଯେ ଲୋକଙ୍କ ପାଖରେ ଏହି ସୂଚନା ପହଞ୍ଚାଇବା। କିନ୍ତୁ ଅବହେଳା କାରଣରୁ ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ସୂଚନା ପହଞ୍ଚିଲା ନାହିଁ। ଫଳରେ ପରିବହନ ମନ୍ତ୍ରୀଙ୍କ ନିଜ ବ୍ଲକ୍ ରଙ୍ଗେଇଲୁଣ୍ଡାରୁ କେବଳ ୫ ଜଣ ଏଥି ମଧ୍ୟରୁ ୩ ମହିଳା ଓ ୨ ଜଣ ପୁରୁଷ ଏହି ଯାତ୍ରାରେ ସାମିଲ ହୋଇ ପାରିଥିବା ଜଣାପଡିଛି। ଯାହାଫଳରେ ଯାତ୍ରୀ ନହେବାରୁ ବସ୍ ପୁରା ଫାଙ୍କା ପୁରୀ ଯାତ୍ରା କରିଥିଲା। ଏହି ବସରେ ଯାତ୍ରା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ପୁରୁଷ ମାନଙ୍କ ପାଇଁ ୩୦ ଟଙ୍କା ଏବଂ ମହିଳା ମାନଙ୍କ ପାଇଁ ୫ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଏହି ସୁଲଭ ସେବାରୁ ଖୋଦ ବିଭାଗୀୟ ତଥା ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ନିଜ ବ୍ଲକ୍ ରଙ୍ଗେଇଲୁଣ୍ଡା ବାସୀ ବଂଚିତ ହୋଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories