www.samajalive.in
Thursday, December 11, 2025
18.1 C
Bhubaneswar

ଦିବ୍ୟାଙ୍ଗ ଉଦ୍ୟୋଗୀ, କାରିଗର ଓ ଶିଳ୍ପୀଙ୍କ ପ୍ରତିଭାକୁ ସମ୍ମାନ, ଆରମ୍ଭ ହେଲା ଦିବ୍ୟ କଳା ମେଳା କାର୍ଯ୍ୟକ୍ରମ

ଡେସ୍କ: କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ର ମନ୍ତ୍ରୀ ବି.ଏଲ. ବର୍ମାଙ୍କ ଦ୍ୱାରା ଆଜି ଭୁବନେଶ୍ୱରର କିଟ୍ ବିଶ୍ୱବିଦ୍ୟାଳୟରେ ଦିବ୍ୟ କଳା ମେଳା ଓ ଦିବ୍ୟ କଳା ଶକ୍ତି କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଜାତୀୟ ଭିନ୍ନକ୍ଷମ ଅର୍ଥ ଓ ଉନ୍ନୟନ ନିଗମ ସହଯୋଗରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜୁଲାଇ ୧୧ ପର୍ଯ୍ୟନ୍ତ ଚାଲିବ।

ବ୍ୟାପୁଛି ଜଙ୍ଗଲ ନିଆଁ, ୨୮ ହଜାର ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ

- Advertisement -

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ବି.ଏଲ୍ ବର୍ମା କହିଛନ୍ତି, ‘ଆଜି ଆମେ ‘ସାମର୍ଥ୍ୟ’ ପ୍ରଦର୍ଶନ କରୁଛୁ। ‘ଦିବ୍ୟ କଳା ମେଳା’ରେ ଅଂଶଗ୍ରହଣ କରୁଥିବା ଦିବ୍ୟାଙ୍ଗ ଭାଇ ଭଉଣୀମାନେ ସେମାନଙ୍କର ଅନନ୍ୟ ଏବଂ ମୂଲ୍ୟବାନ ଦକ୍ଷତା, ପ୍ରତିଭା ଏବଂ ଉଦ୍ୟମିତା ଜରିଆରେ ସୀମାତୀତ ପ୍ରଦର୍ଶନ କରୁଛନ୍ତି। ଦିବ୍ୟ କଳା ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ସଙ୍ଗୀତ, ନୃତ୍ୟ ଏବଂ ଅଭିବ୍ୟକ୍ତିରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କେବଳ ଆମର ମନୋରଞ୍ଜନ କରୁ ନାହିଁ ବରଂ ଆମକୁ ସେମାନଙ୍କର ଉତ୍ସାହ ଓ ସମର୍ପଣ ଦ୍ୱାରା ପ୍ରେରଣା ଦେଉଛି। ସେ କହିଛନ୍ତି, ସମାବେଶୀ ବିକାଶ ଓ ଏକ ସଶକ୍ତ ସମାଜ ଗଠନ କରିବା ଲାଗି ପ୍ରତିଭା ସମ୍ପନ୍ନ ଉଦ୍ୟୋଗୀଙ୍କୁ ସ୍ୱାଗତ କରିବା, ପ୍ରଶଂସା କରିବା ଓ ସମ୍ମାନିତ କରିବା ଆମର କର୍ତ୍ତବ୍ୟ।’

ରତ୍ନଭଣ୍ଡାର ଗଣତି ଓ ମଣତି ପାଇଁ ପ୍ରସ୍ତୁତ ହେବ ଏସଓପି-ଜଷ୍ଟିସ ରଥ

ଏହି ମେଳାରେ ପ୍ରାୟ ୧୯୦ ଜଣ ଦିବ୍ୟାଙ୍ଗ ଶିଳ୍ପୀ, କାରୀଗର ଓ ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ଉତ୍କୃଷ୍ଟ ଉତ୍ପାଦ ପ୍ରଦର୍ଶିତ ହୋଇଛି।

ପରାଜୟ ପରେ ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନାକ

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories