ରାୟଗଡ଼ା: ଲାଞ୍ଚ ନେଲାବେଳେ ତହସିଲଦାରଙ୍କୁ ଧରିଲା ଭିଜିଲାନ୍ସ। ଲାଞ୍ଚ ନେଇ ଧରିପଡ଼ିଛନ୍ତି ତହସିଲଦାର। ଲାଞ୍ଚ ନେଉଥିବା ଅଭିଯୋଗ ଆସିବା ପରେ ରାୟଗଡ଼ା ଜିଲା ଚନ୍ଦ୍ରପୁର ତହସିଲଦାର ବିଚ୍ଚିତ୍ରାନନ୍ଦ ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି। ଗିରଫବେଳେ ଭିଜିଲାନ୍ସ ଟିମକୁ ଗାଡ଼ି ମଡ଼ାଇବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ରାଜସ୍ବ ବିଭାଗରେ ଯୋଗଦେବାକୁ ଆସିଥିଲାବେଳେ ଭିଜିଲାନ୍ସ ପକ୍ଷରୁ ଅଟକ ରଖାଯାଇଥିଲା। ଏହାପରେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା। ଅପରପକ୍ଷରେ ଚନ୍ଦ୍ରପୁର ତହସିଲଦାର ବିଚ୍ଚିତ୍ରାନନ୍ଦ ନାୟକ କେତେ ଟଙ୍କା ଲାଞ୍ଚ ନେଉଥିଲେ ତାହାର ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେବେ ଭିଜିଲାନ୍ସ ଟିମ ପକ୍ଷରୁ ଜବତ ଟଙ୍କା ହିସାବ କରାଯିବା ପରେ ଗଣମାଧ୍ୟମକୁ ସୂଚନା ଦିଆଯିବ ବୋଲି ପ୍ରକାଶ କରିଛନ୍ତି।



