ଭୁବନେଶ୍ବର: ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ‘ଭୁବନେଶ୍ୱର ଭଞ୍ଜଭାରତୀ’ ପକ୍ଷରୁ ଆଗାମୀ ଜୁଲାଇ ୧୦ତାରିଖରେ ଜୟଦେବ ଭବନରେ ଶ୍ରୀଜଗନ୍ନାଥ ଚେତନା-ଆଧାରିତ ସ୍ୱତନ୍ତ୍ର ଭାକ୍ତିକ ସତ୍ତ୍ର ‘ଲୀଳାମୟ ନୀଳାଦ୍ରୀଶ’ ଅନୁଷ୍ଠିତ ହେଉଛି। ଏଥିରେ ନାଦବ୍ରହ୍ମପକ୍ଷରୁ ଜଗନ୍ନାଥ ଜଣାଣ ପରିବେଷିତ ହେବା ସହିତ ବିଶିଷ୍ଟ ବ୍ୟକ୍ତି ବିଶେଷ ଭକ୍ତିସୁମନ ଅର୍ପଣ କରିବେ।
ଏହି ଅବସରରେ ବିଶିଷ୍ଟ ସଂସ୍କୃତ ଯୁବକବି ଡକ୍ଟର ପ୍ରିୟବ୍ରତ ମିଶ୍ରଙ୍କ ରଚିତ ସଂସ୍କୃତ ସ୍ତୁତିଗ୍ରନ୍ଥ ‘ଶ୍ରୀଜଗନ୍ନାଥ ସ୍ତୋତ୍ର ତରଙ୍ଗିଣୀ’ ଲୋକାର୍ପିତ ହେବ। ଏହାସହିତ ଶ୍ରୀଜଗନ୍ନାଥ ଚେତନାର ପ୍ରଚାର-ପ୍ରସାର ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଶ୍ରୀଜଗନ୍ନାଥ ଲୀଳାକ୍ଷେତ୍ର ନ୍ୟାସ, କାଙ୍କଣଶିଖରୀ, ନଇରୀକୁ ‘ଭଞ୍ଜଭାରତୀ ସାଂସ୍କୃତିକ ସମ୍ମାନ-୨୦୨୪’ ପ୍ରଦାନ କରାଯିବ । ଏଥିରେ ବହୁସଂଖ୍ୟାରେ ଜଗନ୍ନାଥପ୍ରେମୀ ଯୋଗ ଦେବାକୁ ଭଞ୍ଜଭାରତୀର ସଭାପତି ଡାକ୍ତର କୃଷ୍ଣକେଶବ ଷଡଙ୍ଗୀ ନିବେଦନ କରିଛନ୍ତି ।



