ଗଂଜେଇ ଜବତ କିନ୍ତୁ ଅଭିଯୁକ୍ତ ଫେରାର
ବୌଦ୍ଧ: ବୌଦ୍ଧଥାନା ପୁଲିସ ପକ୍ଷରୁ ଚଢଉ କରାଯାଇ ୨୭୦ କିଲୋ ଗଂଜେଇ ଜବତ କରାଯାଇ ଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ସୁଚନା ମତେ, ଗଂଜେଇ ଚାଲାଣ ହେବାକୁ ଥିବା ନେଇ ବୌଦ୍ଧ ପୁଲିସ ବିଶେଷସୁତ୍ରରୁ ସୂଚନା ପାଇଥିଲା। ଝାଙ୍କରପଡ଼ା ବହିରା ରାସ୍ତାରେ ରାସ୍ତା କଡରେ ଗଂଜେଇ ଚାଲାଣ ପାଇଁ ରଖାଯାଇଥିଲା। ପୁଲିସ ଗଂଜେଇକୁ ଜବତ କରିଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଜବତ ଗଂଜେଇର ଓଜନ ୨୭୦ କିଲୋ ଥିବା ନେଇ ପୁଲିସ ସୁତ୍ରରୁ ପ୍ରକାଶ।
Comments are closed.