www.samajalive.in
Tuesday, December 9, 2025
16.1 C
Bhubaneswar

ମେଡିକାଲ ଠିକା କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ଜିଲାପାଳଙ୍କୁ ଦାବୀପତ୍ର

ଫୁଲବାଣୀ: ସ୍ଥାନୀୟ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କର ବିଭିନ୍ନ ବିଭାଗରେ ଠିକା କର୍ମଚାରୀ ମାନେ ଦୀର୍ଘ ଦିନ ଧରି କାର୍ୟ୍ୟ କରି ଆସୁଛନ୍ତି। ଆଉଟସୋର୍ସିଂ ସଂସ୍ଥା ଦ୍ବାରା ନିଯୁକ୍ତି ପାଇଥିବା ଏହି କର୍ମଚାରୀ ମାନେ ଦାୟିତ୍ୱ ପୂର୍ଣ୍ଣ ଭାବେ ନିଜର କାର୍ୟ୍ୟ ସମ୍ପାଦନ କରି ଆସୁଥିଲେ। ତେବେ କୌଣସି କାରଣ ନ ଦର୍ଶାଇ ଜୁନ ୩୦ ତାରିଖରୁ ସେମାନଙ୍କୁ ଛଟେଇ କରି ଦିଆଯାଇଛି। ଫଳରେ ସମସ୍ତ କର୍ମଚାରୀ ଏବେ ବେକାର ହୋଇ ଯାଇଛନ୍ତି। ଏହାର ପ୍ରତିବାଦରେ ଆଜି ସମ୍ପୃକ୍ତ ଠିକା କର୍ମଚାରୀ ମାନେ ଜିଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି। ଏଭଳି ହଠାତ ଛଟେଇ ଯୋଗୁଁ ସେମାନେ ଆଗକୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବା ସହ ପରିବାର ଚଳାଇବା ଅସମ୍ଭବ ହୋଇ ପଡିବ ବୋଲି କହିଛନ୍ତି କର୍ମଚାରୀ ମାନେ। ତେଣୁ ଜିଲାପାଳ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ପୁନଃ ନିଯୁକ୍ତି ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। କର୍ମଚାରୀ ମାନଙ୍କ ତରଫରୁ ବିଜେତା ଦିଗାଲ, ସଙ୍ଗୀତା ବାଘ, ମଧୁସ୍ମିତା ଦିଗାଲ, ଲୋପାମୂଦ୍ରା ପ୍ରଧାନ, ରଶ୍ମିତା ପ୍ରଧାନ, ଜ୍ୟୋତିସ୍ମିତା ଦିଗାଲଙ୍କ ସମେତ ବହୁ କର୍ମଚାରୀ ଆଜି ଜିଲାପାଳଙ୍କ କାର୍ୟ୍ୟାଳୟକୁ ଯାଇ ଦାବୀପତ୍ର ପ୍ରଦାନ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories