www.samajalive.in
Saturday, December 6, 2025
17.1 C
Bhubaneswar

ଏନଡିଏ ସାଂସଦଙ୍କୁ ଏମିତି କହିଲେ ମୋଦୀ

ନୂଆଦିଲ୍ଲୀ: ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ଜାରି ରହିଥିବା ବେଳେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନଡିଏର ସଂସଦୀୟ ଦଳ ବୈଠକରେ ଯୋଗ ଦେଇଥିଲେ । ବୈଠକରେ ମୋଦୀ ଏନଡିଏ ସାଂସଦଙ୍କୁ କଣ ସବୁ ପରାମର୍ଶ ଦେଇଛନ୍ତି ସେନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । ସେ କହିଛନ୍ତି ଯେ ସଂସଦରେ ରାହୁଲ ଗାନ୍ଧୀ ଯେଉଁ ଭାଷାରେ କହୁଛନ୍ତି ତାହା ଠିକ୍‍ ନୁହେଁ । ସଂସଦରେ ରାହୁଲଙ୍କ ଭଳି ବ୍ୟବହାର କରିବା ନାହିଁ ବୋଲି ମୋଦୀ କହିଛନ୍ତି । ଏହାସହିତ ସଂସଦରୁ ଶିଖିବା ଭଳି ଭଲ ସ୍ଥାନ ନାହିଁ । ତେଣୁ ସାଂସଦମାନେ ଯେତେ ହୋଇପାରିବ ଶିଖନ୍ତୁ । ନୂଆ ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଯାଆନ୍ତୁ । ସେଠାକୁ ଯାଇ ସମସ୍ତ ପ୍ରଧାନମନ୍ତ୍ରୀଙ୍କ ସଫଳତାର ଯାତ୍ରା ବାବଦରେ ଜାଣିବା ସହ ସେମାନଙ୍କର ଅନୁଭବରୁ ଶିଖିବା ଉଚିତ୍‍ ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories