www.samajalive.in
Saturday, December 6, 2025
17.1 C
Bhubaneswar

ରାଜଧାନୀରେ ୩ ବର୍ଷର ଶିଶୁକୁ ବଳାତ୍କାର: ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ରାଜଧାନୀରେ ପୁଣି ଲଜ୍ଜା । ପାଞ୍ଚଗାଁ କୋଠସାହିର ଜଣେ ଶିଶୁକୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ୍ ଏହି ଘଟଣାରେ ଅଭିଯୁକ୍ତ ସନ୍ତୋଷ ଖୁଣ୍ଟିଆକୁ ଗିରଫ କରିଛି। ସୂଚନା ଅନୁସାରେ ଅଭିଯୁକ୍ତ ସନ୍ତୋଷ ସାହିର ଜଣେ ୩ ବର୍ଷର ଶିଶୁକୁ ଚକୋଲେଟ୍ ଦେବାର ପ୍ରଲୋଭନ ଦେଖାଇ ପାଖକୁ ଡାକି ବଳାତ୍କାର କରିଥିଲା। ଏବଂ ଶିଶୁଟିକୁ ବଳାତ୍କାର କରିବା ପରେ ସନ୍ତୋଷ ଫେରାର୍ ହୋଇଯାଇଥିଲା। ପରେ ପରିବାର ଲୋକ ଜାଣିବା ପରେ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଘଟଣାରେ ଅଭିଯୁକ୍ତ ସନ୍ତୋଷକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେପଟେ ଚିକିତ୍ସା ପାଇଁ ପୀଡିତା ଶିଶୁଟିକୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ପୀଡିତାଙ୍କ ଅଲଟ୍ରାସାଉଣ୍ଡ ପାଇଁ ପୁଲିସ୍ କ୍ୟାପିଟାଲ ହସ୍ପିଟାଲକୁ ଆଣିଛି । ଶିଶୁଟିର ସ୍ଵାସ୍ଥ୍ୟବସ୍ଥା ଭଲ ଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories