ଏଣିକି ତାଳ ଗଛ କାଟିବା ପାଇଁ ନେବାକୁ ପଡିବ ଅନୁମତି
ଭୁବନେଶ୍ୱର : ଆଉ ମନଇଚ୍ଛା କାଟି ପାରିବେନି ତାଳଗଛ। ବିନା ଅନୁମତିରେ ତାଳଗଛ କାଟିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ବନ ବିଭାଗ ଅନୁମତି ବିନା ନିଜ ବାଡିରୁ ମଧ୍ୟ ତାଳ ଗଛ କାଟିପାରିବେନି। ତାଳ ଗଛ କଟାରେ ରୋକ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ୱାଳଙ୍କ ପକ୍ଷରୁ ସୋମବାର ସୂଚନା ମିଳିଛି। ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁରେ ରୋକ ଲଗାଇବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ଚଳିତ ବର୍ଷ ୧୯ ଲକ୍ଷ ତାଳଗଛ ଲଗାଯିବ।
Comments are closed.