www.samajalive.in
Saturday, December 6, 2025
14.1 C
Bhubaneswar

ନିଟ୍, ନୂଆ ଫୌଜଦାରୀ ଆଇନକୁ ନେଇ ସଂସଦରେ ହଟ୍ଟଗୋଳ

ସମାଜ ଡିଜିଟାଲ ଡେସ୍କ: ସୋମବାର ସଂସଦ ଅଧିବେଶନ ଆରମ୍ଭ ହେବା ପରେ ଲୋକ ସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି। ବିରୋଧୀମାନେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଏବଂ ନୂଆ ଫୌଜଦାରୀ ଆଇନ ବିରୋଧରେ ହୋହଲ୍ଲା କରିଥିଲେ। ଇଣ୍ଡି ମେଣ୍ଟର ସାଂସଦମାନେ ସଂସଦ ବାହାରେ ପ୍ରତିବାଦ କରିଥିଲେ। ଅନ୍ୟ କିଛି ବିରୋଧୀ ସାଂସଦ ତଦନ୍ତକାରୀ ସଂସ୍ଥାର ଦୁରୁପଯୋଗ ବିରୋଧରେ ବିକ୍ଷୋଭ କରିଥିଲେ।

ଲୋକସଭା ଅଧିବେଶନ ଆରମ୍ଭ ହେବା ପରେ ବାଚସ୍ପତି ଓମ ବିର୍ଲା ଟିମ ଇଣ୍ଡିଆର ଟି-୨୦ ବିଶ୍ଵକପ ଟାଇଟଲ ବିଜୟ ପାଇଁ ରୋହିତ ଶର୍ମା ଏବଂ ଭାରତୀୟ ଦଳଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବିଭିନ୍ନ ଦାବି ନେଇ ବିରୋଧୀ ସାଂସଦମାନେ ହୋହଲ୍ଲା କରିବାରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ, କିଛି ନିୟମ ଏବଂ ପରମ୍ପରା ଅନୁସାରେ ସଂସଦ କାର୍ଯ୍ୟ ଚାଲିଥାଏ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବା ପରେ ସମସ୍ତ ଦାବି ଉପରେ ଆଲୋଚନା କରାଯିବ ବୋଲି ରାଜନାଥ କହିବା ସହିତ ନିରବତା ରକ୍ଷା କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ବିରୋଧୀ କିଛି ବୁଝି ନ ଥିଲେ।

- Advertisement -

ସାଂସଦ ରାହୁଲ ଗାନ୍ଧୀ ନିଟ୍ ଅନିୟମିତା ପ୍ରସଙ୍ଗ ଉଠାଇ ଆଲୋଚନା ଦାବି କରିଥିଲେ। କେନ୍ଦ୍ରମନ୍ତ୍ରୀ ଚିରାଗ ପାଶଓ୍ବାନ କହିଥିଲେ, ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବା ପରେ ସବୁବେଳେ ଆଲୋଚନା ହୁଏ। ତଦନୁଯାୟୀ ଆଲୋଚନା ହେବ। ନିଟ୍ ପ୍ରସଙ୍ଗରେ ସରକାରଙ୍କ ପାଖରେ ଲୁଚାଇବାକୁ କିଛି ନାହିଁ। ତଥାପି ବିରୋଧୀ ଶାନ୍ତ ହୋଇ ନ ଥିଲେ। ବିରୋଧୀମାନେ ହୋହଲ୍ଲା କରୁଥିବାବେଳେ ବାଚସ୍ପତି ରାହୁଲଙ୍କ ମାଇକ୍ ବନ୍ଦ ଅଭିଯୋଗ ଉପରେ କହିଥିଲେ ଯେ, ଗୃହ ବାହାରେ କିଛି ସାଂସଦ ଅଭିଯୋଗ କରୁଛନ୍ତି ଯେ, ବାଚସ୍ପତି ମାଇକ୍ ବନ୍ଦ କରିଦେଉଛନ୍ତି। କିନ୍ତୁ ମାଇକ୍‌ର ନିୟନ୍ତ୍ରଣ ତାଙ୍କ ହାତରେ ନାହିଁ ବୋଲି କହିଥିଲେ।

ଅନ୍ୟପଟେ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଥିଲେ, ରାଷ୍ଟ୍ରପତି ସଂସଦର ସବୁଠୁ ଗୁରୁତ୍ଵପୂର୍ଣ୍ଣ ଅଂଶ। ଆମେ ରାଷ୍ଟ୍ରପତିଙ୍କୁ ସମ୍ମାନ ଜଣାଉଛୁ। ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଦଳିତ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗଙ୍କ ବିଷୟରେ କିଛି ନ ଥିଲା। ସେଥିରେ କେବଳ ସରକାରଙ୍କ ପ୍ରଶଂସା ରହିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories