www.samajalive.in
Monday, December 8, 2025
14.1 C
Bhubaneswar

ମାନବାଧିକାର ସୁରକ୍ଷାରେ ସହାୟତା କରିବେ କିନ୍ନର

ଭୁବନେଶ୍ୱର . – କେନ୍ଦ୍ରୀୟ ମାନବାଧିକାର ସୁରକ୍ଷା ସଂସ୍ଥାର ଓଡ଼ିଶା ଚାପ୍ଟରର ଏକ ସ୍ୱତନ୍ତ୍ର ବୈଠକ ରାଜଧାନୀ ଭୁବନେଶ୍ୱରର ବୁଦ୍ଧ ମନ୍ଦିର ସମ୍ମେଳନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କିନ୍ନରଙ୍କ ସାମାଜିକ ସୁରକ୍ଷା ପାଇଁ କାମ କରୁଥିବା ସଖା ସଂଗଠନର ମୁଖ୍ୟ ମୀରା ପରିଡାଙ୍କର ପୌରହିତ୍ୟରେ ଏହି ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ସଖା ସଂଗଠନ କିନ୍ନରମାନଙ୍କର ସାମାଜିକ ସୁରକ୍ଷା ଓ ଉତ୍‌ଥାନ ପାଇଁ ଅନେକ କାମ କରିବା ପରେ ଏବେ ସମାଜରେ ଥିବା ସାଧାରଣ, ଦରିଦ୍ର ଓ ନିଷ୍ପେସିତ ଲୋକଙ୍କ ଅଧିକାରର ସୁରକ୍ଷା ପାଇଁ ଅଣ୍ଟା ଭିଡିଛି । ସାରା ରାଜ୍ୟରେ ଏହାର ସ୍ୱେଚ୍ଛାସେବୀମାନେ ମାନବାଧିକାର ସୁରକ୍ଷା ପାଇଁ କାମ କରିବେ । ପୁଲିସ , ପ୍ରଶାସନ ସହ ସମସ୍ତ କ୍ଷେତ୍ରରେ ମାନବାଧିକାର କ୍ଷୁର୍ଣ୍ଣ ହେଉଥିବା ନାଗରିକମାନଙ୍କୁ ଏହାର ସ୍ୱେଚ୍ଛାସେବୀମାନେ ସୁରକ୍ଷା ଯୋଗାଇ ଦେବା ସହ ସଠିକ୍‌ ପରାମର୍ଶ ଦେଇ ପାରିବେ । ଏହା ସହ ବିଭିନ୍ନ ସଙ୍ଗଠନର ସହଯୋଗରେ ଜନନୀ ସୁରକ୍ଷା ପାଇଁ ୮୦ରୁ ଉର୍ଦ୍ଧ୍ୱ କିନ୍ନର ନିୟୋଜିତ ହେବେ ।

ଏହି ସ୍ୱତନ୍ତ୍ର ବୈଠକକୁ କିନ୍ନର ସାଧନା ମିଶ୍ର ପରିଚାଳନା କରିଥିବା ବେଳେ , ମେଘନାଙ୍କ ସହ ବହୁ କିନ୍ନର ସ୍ୱେଚ୍ଛାସେବୀ ଓ ସାଧାରଣ ସ୍ୱେଚ୍ଛାସେବୀ ଏଥିରେ ସାମିଲ ହୋଇ ସମାଜରେ ମାନବାଧିକାରର ସୁରକ୍ଷା ପାଇଁ ସଙ୍କଳ୍ପ ନେଇଥିଲେ । ଅନେକ ସ୍ୱେଚ୍ଛାସେବୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜସେବୀ ମଧୁ ଭାଇ, ସମାଜସେବୀ ତେଜ୍‌, ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ତଥା ସମାଜସେବୀ ନମ୍ରତା ଚଢ଼ା ପ୍ରମୁଖ ଏହି ଅବସରରେ ସ୍ୱେଚ୍ଛା ସେବୀମାନଙ୍କୁ ଦିଗ୍‌ଦର୍ଶନ ଦେଇଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories