www.samajalive.in
Saturday, December 6, 2025
26.1 C
Bhubaneswar

ପିଚୁ ରାସ୍ତାରେ ମାଟି ଗଦା

ଭବାନୀପାଟଣା : ପ୍ରଥମେ ପିଚୁ ରାସ୍ତା ତିଆରି ହେଲା। ରାସ୍ତା ଦୁଇକଡେ ଧଳା ରଙ୍ଗର ଲାଇନିଂ ଦିଆଯାଇ ଚକାଚକ କରାଗଲା। ଆଉ ଏବେ ତା ଉପରେ ମାଟି ଗଦା କରାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଏହା ହେଉଛି କଳାହାଣ୍ଡି ଜିଲ୍ଲା ସଦର ମହକୁମା ର ଏକ ଚର୍ଚ୍ଚିତ ପୋଖରୀ ଅର୍ଥାତ୍ ପୁରୁଣା ପଡ଼ା ପୋଖରୀ କଡର ଦୃଶ୍ୟ।
ଜିଲ୍ଲା ମହକୁମାର ପ୍ରମୁଖ ସ୍ଥାନରେ ଥିବା ପୁରୁଣା ପଡ଼ା ପୋଖରୀ ଖୋଳାରେ କେତେ ଅନିୟମିତତା ହେଇଛି ତାର ହିସାବ କାହା ପାଖରେ ନାହିଁ। ପୋଖରୀ ଖୋଳା ସରିଗଲା ସିନା ସୂଚନା ଫଳକଟିଏ ଲଗାଯାଇ ପାରିଲା ନାହିଁ। ହେଲେ ଏବେ ଏସଆରଏମ ଭେଷଜ ମହାବିଦ୍ୟାଳୟ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମ୍ମୁଖ ରାସ୍ତାରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳୁଛି। ପୁରୁଣା ପଡ଼ା ପୋଖରୀ ହୁଡ଼ାରେ ସମ୍ଭବତଃ ଗଛ ଲଗାଇବା କିମ୍ବା ଚଲାପଥ ନିର୍ମାଣ ପାଇଁ ଅନ୍ୟ ଜାଗାରୁ ମାଟି ଅଣାଯାଇ ପିଚୁ ରାସ୍ତା ଉପରେ ଗଦା କରାଯାଉଛି। ତାପରେ ଶ୍ରମିକ ଲଗାଇ ତାକୁ ହୁଡ଼ା ଉପରକୁ ସ୍ଥାନାନ୍ତର କରାଯାଉଛି। ଫଳରେ ଗତ ମାର୍ଚ୍ଚ ମାସରେ ତିଆରି ହେଇଥିବା ପିଚୁ ରାସ୍ତାର ଅର୍ଦ୍ଧେକ ଅଂଶ ଏବେ ମାଟି ରାସ୍ତାରେ ପରିଣତ ହେଇଛି। ଅସରାଏ ବର୍ଷା ହେଲେ ରାସ୍ତାଟି କାଦୁଅ ରାସ୍ତା ରେ ପରିଣତ ହେବ। ଡାକ୍ତରଖାନା ସମ୍ମୁଖରେ ଯେଉଁ ସ୍ଥାନରେ ଘରୋଇ ଆମ୍ବୁଲାନ୍ସ ଆଦି ରଖାଯାଏ ସେହି ସ୍ଥାନରେ ମାଟି ଗଦା ହେଉଛି। ଏଣୁ ଆମ୍ବୁଲାନ୍ସ ଆଦି ଏଣେତେଣେ ରଖା ଯାଉଛି। ଏହା ସାଙ୍ଗକୁ ଜିଲ୍ଲା ମହକୁମାର ଏହି ଅନ୍ୟତମ ମୁଖ୍ୟ ରାସ୍ତାଟି ଅସୁନ୍ଦର ଦେଖାଯାଉଛି। ଏହି ରାସ୍ତା ଦେଇ ଜିଲ୍ଲାର ସବୁ ବଡ଼ବଡ଼ିଆ ଅଧିକାରୀ ଦୈନିକ ଯାତାୟାତ କରୁଛନ୍ତି।  ଏନେଇ ନଗରପାଳିକା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଲିପାରି ନାହିଁ। ତେବେ ବର୍ଷା ପୂର୍ବରୁ ରାସ୍ତାକୁ ସଫା କରାନଗଲେ ଏହି ସ୍ଥାନଟି କାଦୁଅରେ ଭର୍ତ୍ତି ହେବା ସହିତ ଦୁର୍ଘଟଣା ଘଟିବା ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ।

ଅତ୍ୟଧିକ ଝାଳ ବୋହିବା ଦେଇଥାଏ ଏହି ମାରାତ୍ମକ ରୋଗର ହେବାର ସଙ୍କେତ..

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories