www.samajalive.in
Sunday, December 7, 2025
26.1 C
Bhubaneswar

ଟି-୨୦ ବିଶ୍ଵକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକା: ଆଜି ଭାରତ-ଇଂଲଣ୍ଡ ଟକ୍କର

ନୂଆଦିଲ୍ଲୀ: ଟି-୨୦ କ୍ରିକେଟ୍ ବିଶ୍ଵକପ ଫାଇନାଲକୁ ଗଲା ଦକ୍ଷିଣ ଆଫ୍ରିକା। ଆଫଗାନିସ୍ତାନକୁ ୯ ଓ୍ବିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା। ୫୭ ରନର ସହଜ ଟାର୍ଗେଟକୁ ୮.୫ ଓଭରରେ ହାସଲ କରିଛି ଦଳ। ପ୍ରଥମେ ବ୍ୟାଟିଂ କରି ୧୧.୫ ଓଭରରେ ଆଫଗାନିସ୍ତାନ ୫୬ ରନରେ ଅଲଆଉଟ୍ ହୋଇଯାଇଥିଲା। ଦ୍ଵିତୀୟ ସେମିରେ ଭାରତ-ଇଂଲଣ୍ଡ ମଧ୍ୟରେ ଟକ୍କର ହେବ।  ୨୦୨୨ ଟି୨୦ ବିଶ୍ବକପ୍‌ ସେମିଫାଇନାଲରେ ଆଡିଲେଡ୍‌ ପରାଜୟ କଥା ଭାରତ ଭୁଲିନାହିଁ। ଭାରତକୁ ୧୦ ୱିକେଟ୍‌ରେ ଇଂଲଣ୍ଡ ପରାସ୍ତ କରିଥିଲା। ଏହାର ପ୍ରତିଶୋଧ ନେବା ସହ ୩ୟ ଥର ଟ୍ବେଣ୍ଟି୨୦ ବିଶ୍ବକପ୍‌ ଫାଇନାଲ ଖେଳିବା ଲକ୍ଷ୍ୟରେ ରୋହିତ ସେନା ଓହ୍ଲାଇବ। ଭାରତ ୫ମ ଥର ସେମିଫାଇନାଲ ଖେଳିବ। ୨୦୦୭ରେ ଭାରତ ଚାମ୍ପିଅନ ଓ ୨୦୧୪ରେ ରନର୍ସଅପ୍ ହୋଇଥିବା ବେଳେ ୨ ଥର ସେମିଫାଇନାଲରୁ ବିଦାୟ ନେଇଥିଲା। ହେଲେ ଚଳିତଥର ଭାରତୀୟ ଦଳ ବେଶ୍‌ ଶକ୍ତିଶାଳୀ ରହିଛି। ସମସ୍ତ ବିଭାଗରେ ଚାମ୍ପିଅନଙ୍କ ପରି ଖେଳି ଭାରତ କୌଣସି ମ୍ୟାଚ୍‌ ହାରିନାହିଁ। ଲିଗ୍ ପର୍ଯ୍ୟାୟରେ ଆୟରଲାଣ୍ଡ, ପାକିସ୍ତାନ ଓ ଆମେରିକାକୁ ଭାରତ ପରାସ୍ତ କରିଥିବା ବେଳେ କାନାଡା ବିପକ୍ଷ ମ୍ୟାଚ୍‌ ବାତିଲ ହୋଇଥିଲା। ସୁପର ଏଇଟ୍‌ରେ ଆଫ୍‌ଗାନିସ୍ତାନ, ବାଂଲାଦେଶ ଓ ଅଷ୍ଟ୍ରେଲିଆକୁ ସହଜରେ ଭାରତ ପରାସ୍ତ କରିଛି। ତେବେ ଇଂଲଣ୍ଡର ସେମିଫାଇନାଲ ରାସ୍ତା ସେତେ ସୁଗମ ନ ଥିଲା। ସ୍କଟ୍‌ଲାଣ୍ଡ ବିପକ୍ଷରେ ଏହାର ପ୍ରଥମ ମ୍ୟାଚ୍‌ ବାତିଲ ହୋଇଥିବା ବେଳେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇ ଚିନ୍ତାରେ ପଡ଼ିଥିଲା।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories