www.samajalive.in
Tuesday, December 9, 2025
23.1 C
Bhubaneswar

ଶୋଇବା ପୂର୍ବରୁ ଏହି ୫ଟି ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ..

ଫଳ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ମାତ୍ର ଏପରି କିଛି ଫଳ ରହିଛି, ଯାହାକୁ ଖାଇବା ପାଇଁ ନିର୍ଦ୍ଦିଷ୍ଟ ସମୟ ରହିଛି। ସେପରି କେତେକ ଫଳ ବିଷୟରେ ଜାଣନ୍ତୁ, ଯାହାକୁ ରାତିରେ ସେବନ କରିବା ଦ୍ୱାରା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଶୋଇବା ପୂର୍ବରୁ କେଉଁ ଫଳ ଖାଇବା ଉଚିତ୍ ନୁହେଁ ଜାଣନ୍ତୁ..

ଅଙ୍ଗୁର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏହା ସ୍ୱାଦିଷ୍ଟ ମଧ୍ୟ। ମାତ୍ର ରାତିରେ ଶୋଇବା ପୂର୍ବରୁ ଅଙ୍ଗୁର ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ରାତିରେ ଅଙ୍ଗୁର ଖାଇବା ଦ୍ୱାରା ଛାତିରେ ଜଳାପୋଡା ଭଳି ଅନୁଭବ ହେବା ସହ ରକ୍ତରେ ଶର୍କରା ବଢିବାର ସମ୍ଭାବନା ଅଧିକ ଥାଏ।

- Advertisement -

ରାତିରେ ଶୋଇବା ପୂର୍ବରୁ ତରଭୁଜ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ବିଶେଷଜ୍ଞଙ୍କ ମତାନୁସାରେ ରାତିରେ ତରଭୁଜ ଖାଇବା ଦ୍ୱାରା ବାରମ୍ବାର ପରିଶ୍ରା ଲାଗି ଥାଏ। ଭଲ ନିଦ ହୋଇନଥାଏ।

ଜୁଲାଇ ୮ ; ଶନି,ରାହୁ ବଦଳାଇବେ ଏହି ରାଶିଙ୍କ ଭାଗ୍ୟ, ମିଳିବ ଧନ ହିଁ ଧନ, ସଫଳତା..

କମଳା ଭିଟାମିନ୍ ସିରେ ଭରପୁର। ମାତ୍ର ରାତିରେ ଏହାକୁ ଖାଇବା ଦ୍ୱାରା ବ୍ୟସ୍ତତା ଅନୁଭବ ହେବା ସହ ପେଟରେ ଯନ୍ତ୍ରଣା ହୋଇଥାଏ।

ପିଜୁଳିରେ ଭରପୁର ମାତ୍ରାରେ ଫାଇବର ରହିଛି। ଏହାର ସେବନ ଦ୍ୱାରା ଓଜନ ହ୍ରାସ ହୋଇଥାଏ। ରାତିରେ ଏହାକୁ ଖାଇବା ଦ୍ୱାରା ଖାଦ୍ୟ ହଜମରେ ସମସ୍ୟା ହେବା ସହ ପେଟରେ ଯନ୍ତ୍ରଣା ହୋଇଥାଏ।

କଦଳୀ ନିୟମିତ ଖାଇବା ଦ୍ୱାରା ଶରୀରକୁ କ୍ୟାଲୋରୀ ମିଳିଥାଏ। ବିଶେଷଜ୍ଞଙ୍କ ମତାନୁସାରେ କଦଳୀରେ ପ୍ରାୟ ୧୫୦ କ୍ୟାଲୋରୀ ଥାଏ। ରାତିରେ ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇଥାଏ।

ମସ୍ତିଷ୍କ ଖାଉଥିବା ଏମିବା ; ଜାଣନ୍ତୁ କ’ଣ ଏହି ରୋଗ, କେମିତି ହୁଏ, ମାତ୍ର ଏତିକି ଦିନରେ ହୁଏ ମୃତ୍ୟୁ..

 

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories