www.samajalive.in
Saturday, December 6, 2025
23.1 C
Bhubaneswar

ବବିଙ୍କ କ୍ଵାର୍ଟର୍ସ ଭଙ୍ଗା ପ୍ରସଙ୍ଗ: କହିଲେ ଯେମିତି ନେଇଥିଲି, ସେମିତି ଫେରାଇବି

ଭୁବନେଶ୍ଵର: ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ଘରେ ଭଙ୍ଗା ଚାଲିଛି। ଭୁବନେଶ୍ଵର କ୍ଵାର୍ଟର୍ସ ପରିସରରେ ନିର୍ମାଣ ହୋଇଥିବା ଅଣ୍ଡର ଗ୍ରାଉଣ୍ଡ କୋଠା ଭଙ୍ଗା ଯାଉଥିବା ଦେଖିବାକୁ ମିଳିଛି। ଭିତର ପଟୁ ଗେଟ୍‌ରେ ତାଲା ପକାଯାଇ  ଭିତରେ ଭଙ୍ଗା କାମ ଚାଲିଛି।  ମୁଖ୍ୟ ସରକାରୀ ଘର ଛାଡି ଯେଉଁ ସବୁ ନିର୍ମାଣ କାମ ହୋଇଛି, ସେଗୁଡିକୁ ଭଙ୍ଗାଯାଉଛି। ଭୁବନେଶ୍ୱରସ୍ଥିତ ବବିଙ୍କ ସରକାରୀ ଆବାସ ଭିତରେ ଥିଲା ବିଶାଳ ଆଲିଶାନ୍ ବଙ୍ଗଳା। ସେଠି ଥିଲା ତିନି ମହଳା କୋଠା, ଅଣ୍ଡର ଗ୍ରାଉଣ୍ଡ୍ ଘର, ସୁଇମିଂ ପୁଲ୍, ରୁଫ୍ ଟପ୍ କଟେଜ୍। ଆଉ ଏସବୁକୁ ଏବେ  ଭାଙ୍ଗି ମାଟିରେ ମିଶା ଯାଉଛି। ଲୁଚି ଛପି କିଛି ବ୍ୟକ୍ତି ଏହି କ୍ୱାର୍ଟର୍ସ ଭିତରେ ହୋଇଥିବା ନିର୍ମାଣକୁ ଭାଙ୍ଗିବାରେ ଲାଗିଛନ୍ତି। ସେପଟେ କ୍ଵାର୍ଟର୍ସ ଭଙ୍ଗାକୁ ନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ପ୍ରଣବ ପ୍ରକାଶ ଦାସ। ସେ କହିଛନ୍ତି ନିୟମ ଅନୁସାରେ ଏଗୁଡିକୁ ଭଙ୍ଗା ଯାଉଛି। ଜିଏ ବିଭାଗ ନୋଟିସ୍ କରିଥିଲେ । ୧୫ ସୁଦ୍ଧା ମୁଁ କ୍ଵାର୍ଟର୍ସ ଛାଡିଦେବି। ବିଜେଡି ସଂଗଠନ ସମ୍ପାଦକ ଥିବାରୁ ବହୁତ ନେତା ଭେଟିବାକୁ ଆସନ୍ତି। ସେମାନଙ୍କ ବସା ଉଠା ପାଇଁ କ୍ଵାର୍ଟର୍ସରେ ଏକ୍ସଟେନସନ୍ କରିଥିଲି। ନିୟମ ରହିଛି ଯେମିତି କ୍ଵାର୍ଟର୍ସ ନେଇଥିବେ , ସେହି ଅବସ୍ଥାରେ ଛାଡିବେ ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories