www.samajalive.in
Sunday, December 7, 2025
15.1 C
Bhubaneswar

କାରଖାନାରେ ତିଆରି ହେଉଥିଲା ପ୍ଲାଷ୍ଟିକ୍ ଚିନି, ଆଉ ତାପରେ…..

ନୂଆଦିଲ୍ଲୀ: ପୂର୍ବରୁ ଲୋକେ ମିଠା ଖାଇବା ଲାଗି ଗୁଡ ବ୍ୟବହାର କରୁଥିଲେ। କିନ୍ତୁ ସମୟ ଗଡିବା ସହ ଖାଦ୍ୟପେୟରେ ମଧ୍ୟ ବିଶେଷ ପରିବର୍ତ୍ତନ ଘଟିଲା। ବିଦେଶୀମାନେ ଭାରତ ଆସିବା ପରେ ବଜାରରୁ ଘିଅ ଏବଂ ଗୁଡ ଉଭାନ ହେବାରେ ଲାଗିଲା। ଲୋକ ଚିନି  ଏବଂ ବିଶୋଧିତ ତୈଳ ପ୍ରତି ମନ ବଳାଇଲେ। ଯାହା ମନୁଷ୍ୟ ଶରୀର ପାଇଁ ବିଶେଷ କ୍ଷତିକାରକ। ଏମିତିତ ଖାଦ୍ୟରେ ଚିନି କମ୍ ମାତ୍ରାରେ ବ୍ୟବହାର ହେବା ଉଚିତ୍। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି କିଛି ଭିଡିଓ ସେୟାର କରାଯାଇଛି। ଯାହାକୁ ଦେଖିବା ପରେ ବୋଧ ହୁଏ ଲୋକମାନେ ବଜାରରୁ ଚିନି କିଣିବା ବନ୍ଦ କରିଦେବେ। ଆସନ୍ତୁ ଆମେ ଏହି ଭିଡିଓର ସତ୍ୟତା ବିଷୟରେ ଜାଣିବା। ଭାଇରାଲ ହୋଇଥିବା ଭିଡିଓଟି ଏକ ଫ୍ୟାକ୍ଟ୍ରିରେ ସୁଟ୍ କରାଯାଇଛି। ଏଥିରେ ଦେଖାଯାଉଛି ଯେ ପ୍ଲାଷ୍ଟିକକୁ ତରଳାଇ ଲମ୍ବା ଲମ୍ବା ଫାଇବରରେ ପରିଣତ କରାଯାଉଛି। ଏହାପରେ ଏହାକୁ କଟିଂ ମେସିନ୍ ସାହାର୍ଯ୍ୟରେ କଟା ଯାଇ ଚିନିର ଆକାର ଦିଆଯାଉଛି। ଏହି କାରଖାନାରେ ପ୍ଲାଷ୍ଟିକ୍ ଚିନି ତିଆରି କରାଯାଉଥିବା ଦାବି କରାଯାଇଛି। ଭିଡିଓଟିକୁ ଲୋକେ ଦେଖିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ପୂର୍ବରୁ ପ୍ଲାଷ୍ଟିକ୍ ଚାଉଳର ଭିଡିଓ ଦେଖି ଲୋକେ ଯେପରି ଭୟଭୀତ ହୋଇପଡିଥିଲେ, ଏବେ ପୁର୍ନବାର ପ୍ଲାଷ୍ଟିକ୍ ଚିନି ଦେଖି ଲୋକେ ଅଧିକ ଆତଙ୍କିତ ହୋଇପଡିଛନ୍ତି। କିନ୍ତୁ କିଛି ବୁଦ୍ଧିମାନ ଲୋକ ଏହାକୁ ପ୍ରକାଶ କରିଥିଲେ। ଏହା ଥିଲା ସତ୍ୟାସତ୍ୟ। ଯଦି ଆପଣ ପ୍ରଥମେ ଏହି ଭିଡିଓଟିକୁ ଦେଖିବେ ଏପରି ଲାଗିବ ଯେ ପ୍ଲାଷ୍ଟିକରେ ଚିନି ପ୍ରସ୍ତୁତ କରାଯାଉଛି। କାରଣ ଏହା ସମ୍ପୂର୍ଣ୍ଣ ଭାବେ ଚିନି ଆକାରର। କିନ୍ତୁ ଏହା ସତ ନୁହେଁ। ପ୍ରକୃତରେ ଏହି ଭିଡିଓ ସୁଟ୍ ହୋଇଥିବା କାରଖାନାରେ ପିଭିସି ଗ୍ରାନୁଲ୍ସ ତିଆରି କରାଯାଏ। ଏହାକୁ ପ୍ଲାଷ୍ଟିକ୍ ତିଆରି ପାଇଁ ବ୍ୟବହାର କରାଯାଏ। ଏହା ଚିନି ପରି ଦେଖାଯାଏ । ତେଣୁ ଏହାକୁ ଭିଡିଓଟିରେ ପ୍ଲାଷ୍ଟିକ୍ ଚିନି ବୋଲି କହି ଭାଇରାଲ କରାଯାଇଥିଲା।

 

- Advertisement -

 

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories