www.samajalive.in
Saturday, December 6, 2025
17.1 C
Bhubaneswar

ଚଳଚ୍ଚିତ୍ର ବିତରକ ପ୍ରକାଶ ଫିଲ୍ମସ ବିରୋଧରେ ପ୍ରଯୋଜକଙ୍କ ସାଙ୍ଘାତିକ ଅଭିଯୋଗ

ଭୁବନେଶ୍ଵର: ଜଣେ ଚଳଚ୍ଚିତ୍ର ନିର୍ମାତା ବିତରକଙ୍କ ଉପରେ ଭରସା କରିଥା’ନ୍ତି ବିନିଯୋଗ ଟଙ୍କା ଫେରସ୍ତ ପାଇବା ପାଇଁ। ଯେଉଁ ଟଙ୍କାକୁ ନେଇ ଗୋଟିଏ ସିନେମା ୟୁନିଟର ପ୍ରାୟ ୫୦ଟି ପରିବାରର ଗୁଜୁରାଣ ମେଣ୍ଟିଥାଏ। ହେଲେ ବିତରକ ଘରେ ବସି ନିଷ୍ପତ୍ତି ନିଅନ୍ତି ଓଡ଼ିଆ ଫିଲ୍ମ ​‌କେଉଁ ସିନେମା ହଲରେ କେଉଁ ସମୟରେ ପଡ଼ିବ। ହିନ୍ଦୀ ଚଳଚ୍ଚିତ୍ରକୁ ଗୁରୁତ୍ୱ ଦେଇ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଅବହେଳା କରି ଜଣେ ପ୍ରଯୋଜକଙ୍କୁ ବୁଡ଼ାଇ ଦେବାକୁ ପ୍ରୟାସ କରୁଛନ୍ତି ବିତରକ। କିଛି ଏମିତି ଅଭିଯୋଗ ଆଣିଛନ୍ତି ନିକଟରେ ଆମେରିକାରୁ ଓଡ଼ିଶା ଆସି ଗୋଟିଏ ପାରିବାରିକ ଚଳଚ୍ଚିତ୍ର କରିଥିବା ପ୍ରଯୋଜକ ରୁପେଶ କୁମାର। ବିତରକ ପ୍ରକାଶ ଫିଲ୍ମସ ନାଁରେ ଅଭିଯୋଗ ଆଣିଛନ୍ତି ପ୍ରଯୋଜକ ରୁପେଶ।

ରୁପେଶ କହିଛନ୍ତି, ଆମ ଦର୍ଶକମାନେ ଚାହିଁ ରହିଥାନ୍ତି ସିନେମା ଦେଖିବା ପାଇଁ, ହେଲେ ବିତରକଙ୍କ ମନମାନୀ ଯୋଗୁଁ ସଠିକ ସମୟରେ ହଲକୁ ଆସି ଦର୍ଶକ ସିନେମା ଦେଖିବାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟରେ ଥିବା ଫିଲ୍ମ ପ୍ରଯୋଜକ ସଂଘକୁ ବାରମ୍ବାର ଏକଥା ଜଣାଇବା ପରେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ନାହିଁ। ତେଣୁ ଆଗକୁ ଯେଉଁ ପ୍ରଯୋଜକମାନେ ଓଡ଼ିଆ ଫିଲ୍ମ ନିର୍ମାଣ ପାଇଁ ଆସିବେ ସେମାନେ ମଧ୍ୟ ଏମିତି କୋଟି କୋଟି ଟଙ୍କା ବ୍ୟୟ କରି କ୍ଷତିରେ ପଡିବେ। ସେଥିପାଇଁ ସଜାଗ ହେବାକୁ ପ୍ରଯୋଜକ ରୁପେଶ କୁମାର ଆହ୍ୱାନ କରିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories