www.samajalive.in
Monday, December 8, 2025
14.1 C
Bhubaneswar

ନାବାଳିକାକୁ ଅପହରଣ ସହ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ

ଗୋପାଳପୁର : ଗୋଳନ୍ଥରା ଥାନା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଘଟଣାରେ ସ୍ଥାନୀୟ ପୁଲିସ ଆଜି ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ସେହି ଗ୍ରାମର ଏ.ସିମାଞ୍ଚଳ (୨୦) ବୋଲି ପୁଲିସ ସୂଚନା ଦେଇଛି। ଗତ ମାର୍ଚ୍ଚ ୪ ତାରିଖରେ ଛାତ୍ରୀ ଜଣକ  ଦଶମ ଶ୍ରେଣୀ ପରୀକ୍ଷା ଦେଇ  ଘରକୁ ଫେରୁଥିବାବେଳେ ସେହି ଗ୍ରାମର ସିମାଞ୍ଚଳ ନାବାଳିକାକୁ ପ୍ରଲୋଭନ ଦେଖାଇ ଅପହରଣ କରି  ନେଇ କଟକ ଜିଲାକୁ ଚାଲି ଯାଇ ଏକ ଭଡା ଘରେ ରହୁଥିଲେ ।  ଛାତ୍ରୀଙ୍କ ପରିବାର ଲୋକେ ଆଖ ପାଖ ଖୋଜାଖୋଜି କରିଥିଲେ ମଧ୍ୟ ପତ୍ତା ପାଇନଥିଲେ । ନାବାଳିକାଙ୍କ ଭାଇ, ଭଉଣୀର ଅପହରଣ ହୋଇଥିବା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏ ନେଇ ଥାନା କେଶ ନଂ ୯୭/୨୪ ପ୍ରକାରେ ଅପହରଣ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଯୁବକ ଓ ଛାତ୍ରୀକୁ ଉଦ୍ଧାର କରିବା ପାଇଁ ପୁଲିସ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଡାଉ କରିଥିଲେ । ଗତ ଚାରି ଦିନ ତଳେ କନିଷି ହାଟ ଅଞ୍ଚଳରେ ଏକ ଭଡା ଘରେ ସିମାଞ୍ଚଳ ଓ ନାବାଳିକା ଥିବା ନେଇ ଖବର ପାଇବା ପରେ ପୁଲିସ ଟିମ ଆଜି ସକାଳେ ଚଢାଉ କରି ଉଭୟଙ୍କୁ  ଉଦ୍ଧାର କରି ସିମାଞ୍ଚଳକୁ କାବୁ କରିଥିଲା । ସିମାଞ୍ଚଳ ତାଙ୍କୁ ବାରମ୍ବାର ଧମକ ଚମକ ଦେଇ ଦୁଷ୍କର୍ମ କରୁଥିବା ନେଇ ପୁଲିସ ନିକଟରେ ପ୍ରକାଶ କରିଥିଲେ ନାବାଳିକା । ସିମାଞ୍ଚଳକୁ ପୁଲିସ ଅଟକ ରଖି ପଚରା ଉଚରା କରିବା ପରେ ଉଭୟଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ଡାକ୍ତରୀ ମାଇନା କରି ସିମାଞ୍ଚଳଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିବାବେଳେ ବିଚାରପତିଙ୍କ ସମୁଖରେ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି ।

ଏଣିକି ସେନା କ୍ୟାଣ୍ଟିନରେ ମିଳିବ କାର୍‌‌, ଶସ୍ତାରେ କିଣିବେ କର୍ମଚାରୀ

- Advertisement -

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories